ସୋରୋ: ପିଛା ଛାଡ଼ୁନି ରେଳ ଅଘଟଣ । ପ୍ରତ୍ୟେକ ଦିନ କିଛି ନା କିଛି ଅଘଟଣ ବିଷୟରେ ଶୁଣିବାକୁ ମିଳୁଛି । ଏଭଳି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋରୋ ରେଳ ଷ୍ଟେସନରେ । ବଗିକୁ ଛାଡ଼ି ପଳାଇଲା ଇଞ୍ଜିନ । ଷ୍ଟେସନରେ ୧୦ଟି ବଗିକୁ ଛାଡ଼ି ପଳାଇଲା ରେଳ ଇଞ୍ଜିନ । ପ୍ରାୟ ୨୫ ମିନିଟ୍ ପରେ ବଗି ସହିତ ଯୋଡ଼ି ହୋଇଥିଲା ଇଞ୍ଜିନ୍ ।
ଆଦାନୀ କମ୍ପାନୀର କୋଇଲା ବୋଝେଇ ମାଲଗାଡ଼ି ଟାଟା ଅଭିମୁଖେ ଯାଉଥିବା ସମୟରେ ସୋର ଷ୍ଟେସନ ନିକଟରେ ୧ନମ୍ବର ଲାଇନରେ ଯାଉଥିବା ବେଳେ ୧୦ଟି ବଗି ଛାଡ଼ି ପଳାଇଥିଲା। ଖବର ପାଇ କିଛି ସମୟ ପରେ ଟ୍ରେନଟି ପଛକୁ ଫେରି ବଗି ସଂଯୋଗ କରି ପୁଣି ଟାଟା ଅଭିମୁଖେ ଯାଇଥିବା ସୂଚନା ମିଳିଛି ।