ସ୍ଵାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ

0

ଅନନ୍ଦପୁର: ଘସିପୁରା ନିର୍ବାଚନ ମଣ୍ଡଳୀରୁ ସ୍ଵାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଆଜି ସକାଳୁ ନିଜ ସମର୍ଥକଙ୍କ ସହ ଘଟଗାଁରେ ମା ତାରିଣୀଙ୍କୁ ଦର୍ଶନ କରି ଘସିପୁରା ନିର୍ବାଚନ ମଣ୍ଡଳୀର ଜର୍ଦା ଠାରୁ ଶାଳପଡାର ଇନ୍ଦିରା ଗାନ୍ଧୀ ପଡିଆରେ ଏକ ବୈଠକ କରିଥିଲେ । ବୈଠକ ପରେ ପୁଣି ନିଜ ସମର୍ଥକଙ୍କ ସହ ଯାଇ ଆନନ୍ଦପୁର ଉପାଜିଲାପାଳଙ୍କ କାର୍ୟ୍ୟାଳୟରେ ସେ ନିଜ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।