ଭୁବନେଶ୍ବର: ଓଡ଼ିଶାରେ ପ୍ରବେଶ କରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଦକ୍ଷିଣ ଓଡ଼ିଶାରେ ପ୍ରବେଶ କରିସାରିଛି ମୌସୁମୀ ବାୟୁ । ମାଲକାନଗିରିର ଅଧିକାଂଶ ଅଞ୍ଚଳରେ ମୌସୁମୀ ସକ୍ରୀୟ ହୋଇଛି। ସ୍ବାଭାବିକ ସମୟର ୪ ଦିନ ପୂର୍ବରୁ ଓଡ଼ିଶା ଛୁଇଁଥିବା ସୂଚନା । ଏ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ମେ’ ୩୦ରେ ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳ ଛୁଇଁଥିଲା। ଏହା ସମଗ୍ର ଦକ୍ଷିଣ ଆରବ ସାଗର, କେନ୍ଦ୍ରୀୟ ଆରବ ସାଗରର କିଛି ଅଂଶ, ଲାକ୍ଷାଦ୍ବୀପ, କେରଳ, ଉପକୂଳ ତଥା ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକ, ତାମିଲନାଡୁ ଏବଂ ବଙ୍ଗୋପସାଗରର କିଛି ଅଂଶ ଉପରେ ଅଗ୍ରଗତି କରିଥିଲା।
ଉଲ୍ଲେଖଯୋଗ୍ୟ, ମୌସୁମୀ ସାଧାରଣତଃ କେରଳରେ ପହଞ୍ଚିବାର ୧୦ ଦିନ ପରେ ରାଜ୍ୟରେ ପହଞ୍ଚିଥାଏ। ତେବେ ଚଳିତ ବର୍ଷ ଜୁନ୍ ୮ ସୁଦ୍ଧା ଓଡିଶାରେ ପ୍ରବେଶ କରିଛି।ଦକ୍ଷିଣ-ପଶ୍ଚିମ ମୌସୁମୀ ସାଧାରଣତଃ ଜୁନ୍ ଦ୍ୱିତୀୟ ସପ୍ତାହରେ ୧୨ କିମ୍ବା ୧୩ ତାରିଖରେ ଓଡିଶା ଛୁଇଁଥାଏ।