ବିଶ୍ୱ ଉଦ୍ୟୋଗୀ ଦିବସରେ ନବସୃଜନକୁ ପ୍ରଜ୍ୱଳିତ କରିବ ସ୍ପାର୍କ-ଓ-ଥନ୍

0

ଭୁବନେଶ୍ୱର: ବିଶ୍ୱ ଉଦ୍ୟୋଗୀ ଦିବସ ଅବସରରେ ଭାରତ ସରକାରଙ୍କ ପ୍ରିନ୍ସିପାଲ୍ ସାଇନ୍ଟିଫିକ୍ ଆଡ୍ଭାଇଜର୍ (ପିଏସ୍ଏ) ଅଫିସର ଏକ ଉଦ୍ୟମ ‘ଭୁବନେଶ୍ୱର ସିଟି ନଲେଜ୍ ଇନୋଭେସନ୍ କ୍ଲଷ୍ଟର୍’ (ବିସିକେଆଇସି) ଫାଉଣ୍ଡେସନ୍, ଫିକି ଭୁବନେଶ୍ୱର ମହିଳା ଓି୍ୱଙ୍ଗ୍ ସହ ମିଳିତ ଭାବରେ ସ୍ପାର୍କ-ଓ-ଥନ୍ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ରହିଥିଲା ନବସୃଜନ ଏବଂ ଉଦ୍ୟୋଗର ମୂଳତ•୍ୱକୁ ଧ୍ୟାନରେ ରଖି ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉଦ୍ଭାବନକାରୀ କ୍ଷମତାକୁ ଦୃଢିଭୂତ କରିବା । ସିପେଟ୍, ବିଜିୟୁ, କିଟ୍, କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍, କିସ୍, ବୋସ୍ ପଲିଟେକ୍ନିକ୍, ଡିଏଭି ପବ୍ଲିକ୍ ସ୍କୁଲ୍, ସାଇ ଇଣ୍ଟର୍ନ୍ୟାସ୍ନାଲ୍ ସ୍କୁଲ୍, ଓଡିଏମ୍ ପବ୍ଲିକ୍ ସ୍କୁଲ୍, ଓଡିଏମ୍ ଗ୍ଲୋବାଲ୍ ସ୍କୁଲ୍ ଭଳି ୧୦ରୁ ଅଧିକ ପ୍ରତିଷ୍ଠିତ ଅନୁଷ୍ଠାନକୁ ଏକତ୍ର କରି ଭୁବନେଶ୍ୱରର ସ୍କୁଲ୍ ଏବଂ କଲେଜଗୁଡିକରେ ବିସିକେଆଇସି ଅଧୀନରେ ସ୍ପାର୍କ-ଓ-ଥନ୍ କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ୱ ଉଦ୍ୟୋଗୀ ଦିବସ ପାଳନ କରାଯାଇଥିଲା ।

ଏହି ପ୍ରୟାସ ଉଦ୍ୟୋଗୀତାକୁ ପାଳନ କରିବାକୁ ଲକ୍ଷ୍ୟ ରଖିଥିଲା ଏବଂ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅଭିନବ ଚିନ୍ତାଧାରା ସୃଷ୍ଟି କରିବାକୁ ଚେଷ୍ଟା କରିଥିଲା । ଏହି କାର୍ଯ୍ୟକ୍ରମରେ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ର ମେଣ୍ଟରଙ୍କ ଠାରୁ ପ୍ରରୋଚକ ବାକ୍ତା, ଆଇଡିଆ ପିଚ୍ ପ୍ରତିଯୋଗିତା ଏବଂ ଇଣ୍ଟରାକ୍ଟିଭ୍ ଏଣ୍ଟରପ୍ରେନିୟରସିପ୍ କୁଇଜ୍ ମଧ୍ୟ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ୩୦୦୦ ରୁ ଅଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ ଏବଂ ନିଜର ଉତ୍ସାହ ପ୍ରଦର୍ଶିତ କରିଥିଲେ । ୧୫୦ରୁ ଅଧିକ ଅଂଶଗ୍ରହଣକାରୀ ସେମାନଙ୍କର ଅଭିନବ ଚିନ୍ତାଧାରା କୁ ଆଗ୍ରହୀ ଉଦ୍ୟୋଗ୍ୟ ଭାବରେ ଉପସ୍ଥାପନା କରିଥିଲେ । ଭାରତର ଅନ୍ୟତମ ଅଗ୍ରଣୀ ଇନକ୍ୟୁବେଟର୍ କିଟ୍ ଟେକ୍ନୋଲୋଜି ବିଜନେସ୍ ଇନକ୍ୟୁବେଟର୍ (କିଟ୍ ଟିବିଆଇ) ରେ ଛାତ୍ରଛାତ୍ରୀମାନେ ନିଜର ଅଭିନବ ଧାରଣାକୁ ଆଗକୁ ବଢାଇବା ପାଇଁ ବିସିକେଆଇସି ଏବଂ ଫିକି ଫ୍ଲୋ ଠାରୁ ସମର୍ଥନ ପାଇବେ ।

ବିସିକେଆଇସିର ଚେୟାରମ୍ୟାନ୍ ମୃତ୍ୟୁଞ୍ଜୟ ସୁଅର୍ କହିଛନ୍ତି ଯେ, ବିଜ୍ଞାନ ଏବଂ ବୈଷୟିକ ଜ୍ଞାନ କୌଶଳର ଅଗ୍ରଗତି ପାଇଁ ସ୍ପାର୍କ-ଓ- ଥନ୍ ବିସିକେଆଇସି ର ପ୍ରୟାସକୁ ପ୍ରତିଫଳିତ କରେ । ଯେହେତୁ ଆମେ ବିଶ୍ୱ ଉଦ୍ୟୋଗୀ ଦିବସ ପାଳନ କରୁଛୁ, ଆମେ ଆଗାମୀ ପିଢି ମଧ୍ୟରେ ନବସୃଜନ ପାଇଁ ଉତ୍ସାହକୁ ପ୍ରଜ୍ୱଳିତ କରିବାକୁ ଲକ୍ଷ୍ୟ ରଖିଛୁ ।‛ ଉଲ୍ଲେଖଯୋଗ୍ୟ ଯେ, ବିସିକେଆଇସିର ସିଇଓ ନମ୍ରତା ମିଶ୍ର ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ଫ୍ଲୋ ଭୁବନେଶ୍ୱରର ଚେୟାରମ୍ୟାନ୍ ପୁନମ୍ ମହାପାତ୍ର କହିଛନ୍ତି, “ବିଶ୍ୱ ଉଦ୍ୟୋଗୀ ଦିବସ‛ ପାଇଁ ବିସିକେଆଇସି ସହ ସହଭାଗିତା ପ୍ରୋରଣାଦାୟକ ରହିଥିଲା । ସବୁ ସ୍ତରରେ ନବସୃଜନ ତଥା ଉଦ୍ୟୋଗୀତାକୁ ବୃଦ୍ଧି କରିବା ଆମର ଲକ୍ଷ୍ୟ । ଛାତ୍ର ତଥା ଅଧ୍ୟାପକମାନଙ୍କ ଅଂଶଗ୍ରହଣ ଆମ ସମାଜରେ ଉଦ୍ୟୋଗୀତା ର ମନୋଭାବକୁ ପ୍ରଦର୍ଶିତ କରିଛି ।‛ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି (ଫିକି) ର ମହିଳା ୱିଙ୍ଗ୍ ଫିକି ଫ୍ଲୋ, ଯାହାର ମୂଳ ଉଦ୍ଦେଶ୍ୟ ହେଉଛି ମହିଳା ସଶକ୍ତିକରଣ ଏବଂ ଅର୍ଥନୈତିକ ଏବଂ ସାମାଜିକ ବିକାଶରେ ସେମାନଙ୍କର ଅଂଶଗ୍ରହଣକୁ ପ୍ରେତ୍ସାହନ କରିବା ।