ପୁଣି କଂଗ୍ରେସର ୨ ବିଧାୟକଙ୍କୁ ସସପେଣ୍ଡ କଲେ ବାଚସ୍ପତି

0

ବ୍ୟୁରୋ : ବିଧାନସଭାକୁ ଆସିବେ ନାହିଁ କଂଗ୍ରେସ ବିଧାୟକ । କଂଗ୍ରେସ ବିଧାୟକ ତାରା ବାହିନୀପତି ଓ ରମେଶ ଜେନା ସସପେଣ୍ଡ । ଗୃହରୁ ୭ ଦିନ ପାଇଁ ବାଚସ୍ପତି ବିଧାୟକଙ୍କୁ ସସ୍ପେଣ୍ଡ କଲେ । ବିଶୃଙ୍ଖଳିତ ଆଚରଣ ପାଇଁ ଉଭୟ ବିଧାୟକ ସସପେଣ୍ଡ । ବାଚସ୍ପତିଙ୍କ ତାଗିଦ୍ ସତ୍ତେ୍ୱ ଉଭୟ ବିଧାୟକ ଗୃହରେ ଘଣ୍ଟ ପିଟିଥିଲେ । ଗତକାଲି କଂଗ୍ରେସର ୧୨ ବିଧାୟକ ଓ ଆଜି ୨ ବିଧାୟକ ସସ୍ପେଣ୍ଡ । କଂଗ୍ରେସର ୧୪ ଜଣ ବିଧାୟକ ଗୃହରୁ ସସପେଣ୍ଡ ହେବା ପରେ ଏବେ ଗୃହ କଂଗ୍ରେସ ଶୂନ୍ୟ ହୋଇଛି ।