ଆସନ୍ତା ୭ ଦିନ ଯାଏଁ ନ ଆସିବାକୁ ବାରଣ , ତାରା ଙ୍କୁ ଗୃହ ତ୍ୟାଗ କରିବାକୁ ମାର୍ଶାଲଙ୍କୁ ନିର୍ଦ୍ଦେଶ ଦେଲେ ବାଚସ୍ପତି

0

ଭୁୁବନେଶ୍ୱର ;କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ପତି ଙ୍କୁ ସାତ ଦିନ ପାଇଁ ସସପେଣ୍ଡ କଲେ ବାଚସ୍ପତି ।ସସପେଣ୍ଡ ପରେ ଗୃହରେ ଧାରଣା ରେ ବସିଛନ୍ତି ତାରା । ତାରା ଙ୍କୁ ନେଇ ବାଚସ୍ପତିଙ୍କ ରୁଲିଂ ଗୃହରେ ଧାରଣାରେ ବସିଥିବା ନିଲମ୍ବିତ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କୁ ଗୃହକୁ ଆସନ୍ତା ୭ ଦିନ ଯାଏଁ ନ ଆସିବାକୁ ବାରଣ କଲେ ବାଚସ୍ପତି । ଏ ନେଇ ତାଙ୍କୁ ଅବଗତ କରି ଗୃହ ତ୍ୟାଗ କରିବାକୁ ମାର୍ଶାଲଙ୍କୁ ନିର୍ଦ୍ଦେଶ ଦେଲେ ବାଚସ୍ପତି । ଗୃହରେ ଅଶୋଭନୀୟ ଘଟଣା ଘଟିଲା । ଭବିଷ୍ୟତ ରେ ଏହା ବିପଦ ହେବ ଜ୍ଝ ବିଜେଡି ଓ କଂଗ୍ରେସ ବିଧାୟକ ବାଚସ୍ପତି ଙ୍କୁ ଯେଉଁଭଳି ବ୍ୟବହାର କରୁଛନ୍ତି ଏହା ନିନ୍ଦନୀୟ । ଏଥିପାଇଁ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ଙ୍କ ପ୍ରସ୍ତାବ ଦେଲେ । ସାତ ଦିନ ପାଇଁ ସସପେଣ୍ଡ ହେଲେ ବିଧାୟକ । ସେପଟେ ମୁଁହ ରେ କଳା ପଟି ବାନ୍ଧି ବାଚସ୍ପତି ଙ୍କ ପୋଡିୟମ ତଳେ ତଳେ ଧାରଣା ରେ ବସିଲେ କଂଗ୍ରେସ ବିଧାୟକ ।