ଭୁବନେଶ୍ୱର: ରାଜ୍ୟରେ ଜାରି ରହିଚି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । କଲବଲ କରୁଛି ତାତି , ହନ୍ତ ସନ୍ତ ହେଉଛି ଜନଜୀବନ । ସକାଳ ୮ଟାସୁଦ୍ଧା ତାପମାତ୍ରା ୩୫ ଡିଗ୍ରୀ ପାର କରି ଯାଉଛି। ଯାହାଫଳରେ ଘରକୁ ବାହାରିବା କଷ୍ଟକର ହୋଇପଡ଼ୁଛି। ପ୍ରଚଣ୍ଡ ଗ୍ରୀଷ୍ଣପ୍ରବାହ ଯୋଗୁ ଅଂଶୁଘାତ ହେବାର ସମ୍ଭାବନା ରହିଛି। ଏହାର ମୁକାବିଲା ପାଇଁ କ୍ୟାପିଟାଲରେ ହସପିଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରଯାଇଥିବା କ୍ୟାପିଟାଲ ହସ୍ପିଟାଲ ଅଧୀକ୍ଷକ ଡାକ୍ତର ଦିଲ୍ଲୀପ କୁମାର ପଣ୍ଡା କହିଛନ୍ତି । କାଜୁଆଲିଟି ନିକଟରେ ଏକ ୪ ଶଯ୍ୟା ବିଶିଷ୍ଟ ଏମରଜେନ୍ସି ଅଂଶୁଘାତ ଉପଚାର ରୁମ ଖୋଲାଯାଇଛି। ସେହିପରି ୧୦ ଶଯ୍ୟା ବିଶିଷ୍ଟ ଏକ ସ୍ୱତନ୍ତ୍ର ଉପଚାର ଗୃହ ଖୋଲାଯାଇଛି। ଔଷଧ ମହଜୁଦ ରଖାଯାଇ ଥିବା ବେଳେ ରୋଗୀମାନଙ୍କୁ ଙଜଝ ଦିଆଯାଉଛି । ସେଥିପାଇଁ ଡାକ୍ତର ସଜାଗ ଅଛନ୍ତି। ଗତକାଲି ଟ୍ୱିଟ୍ କରି ଏସ୍ଆରସି ଗ୍ରୀଷ୍ମପ୍ରବାହ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଖରାରେ କମ ନ କରିବା ସହ କାମ ନ ପଡିଲେ ବାହାରକୁ ନ ବାହାରିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି ।