ଶ୍ରୀ ଲିଙ୍ଗରାଜ ମନ୍ଦିର ପାଇଁ  ଗଠନ ହେବ ସ୍ୱତନ୍ତ୍ର କମିଟି ବୈଠକ

0

ପୁରୀ : ଶ୍ରୀ ଲିଙ୍ଗରାଜ ମନ୍ଦିର ପାଇଁ  ଗଠନ ହେବ ସ୍ୱତନ୍ତ୍ର କମିଟି ବୈଠକ । ଏନେଇ ସୂଚନା ଦେଇଛନ୍ତି  ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଅବସରପ୍ରାପ୍ତ  ହାଇକୋର୍ଟ ବିଚାରପତିଙ୍କ  ଅଧ୍ୟକ୍ଷତାରେ ଗଠିତ ହେବ । ଦୁଇରୁ ତିନି ମାସ ଭିତରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ । ତା ପରେ ସ୍ୱତଲିପି ପ୍ରସ୍ତୁତ ହେବ ବୋଲି କହିଲେ ଆଇନ ମନ୍ତ୍ରୀ  ।

 ସୂଚନା ଅନୁଯାୟୀ ମହାପ୍ରଭୁ ଲିଙ୍ଗରାଜ ଦୀର୍ଘ ୪୫ ଘଣ୍ଟା ଉପବାସରେ ରହିବା ପରେ ସ୍ବାଭାବିକ ହୋଇଥିଲା ନୀତିକାନ୍ତି। ଗତକାଲିଠୁ ନୀତିକାନ୍ତି ସୂଚାରୁ ରୂପେ ଚାଲିଛି।  ବଡୁ ଓ ବ୍ରାହ୍ମଣ ନିଯୋଗ ମଧ୍ୟରେ ବିବାଦ ଯୋଗୁଁ ଠାକୁର ଉପବାସରେ ରହିଥିଲେ, ନୀତିକାନ୍ତି ବନ୍ଦ ରହିଥିଲା।