ନୂଆଦିଲ୍ଲୀ : କେନ୍ଦ୍ର ସରକାର ୫ଦିନ ସେପ୍ଟେମ୍ବର ୧୮ ରୁ ୨୨ ତାରିଖ ଯାଏ ସଂସଦରେ ସ୍ୱତନ୍ତ୍ର ଅଧିବେଶନ ଡକିଛନ୍ତି । ସୂଚନା ମୁତାବକ ୧୮ ତାରିଖ ବୈଠକ ପୁରୁଣା ସଂସଦରେ ଗୃହରେ ଅନୁଷ୍ଠିତ ହେବ । ମାତ୍ର ୧୯ରୁ ୨୨ ତାରିଖ ପର୍ଯ୍ୟନ୍ତ ୪ଟି କାର୍ଯ୍ୟ ନୂଆ ସଂସଦରେ ଅନୁଷ୍ଠିତ ହେବ । ଯେହେତୁ ୧୯ସେପ୍ଟେମ୍ବର ଗଣେଶ ପୂଜା ଅବସରେ ନୂଆ ସଂସଦ ଭବନରେ ଅଧିବେଶନ କରାଯିବ । ଅନୁମାନ କରାଯାଉଛି କି ଏହି ସ୍ୱତନ୍ତ୍ର ଅଧିବେଶନରେ ସରକାର ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ନେଇ ବିଲ୍ ଉପସ୍ଥାପନ କରିପାରନ୍ତି । ଏହାଛଡା ‘ଇଣ୍ଡିଆ’ ପରିବର୍ତ୍ତେ ‘ଭାରତ’ ରଖିବା ନେଇ ବିଲ୍ ମଧ୍ୟ ଆସିପାରେ।
ସଂସଦର ମୌସୁମୀ ଅଧିବେଶନ ସଂପୂର୍ଣ୍ଣ ଭାବେ ପୁରୁଣା ଭବନରେ କରାଯାଇଥିଲା । ଏବେ ଏହା ପରେ ସ୍ୱତନ୍ତ୍ର ଅଧିବେଶନ ଡକାଯାଇ ସଂସଦର ସମସ୍ତ କାର୍ଯ୍ୟ ନୂଆ ଭବନରେ ହେବାକୁ ସ୍ଥିର କରାଯାଇଛି । ସେହିପରି ଆଜି ‘ଏକ ଦେଶ ଏକ ନିର୍ବାଚନ’ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅପରାହ୍ନ ୩ଟାରେ ଅନୁଷ୍ଠିତ ହେବ ।