ସ୍ପାଇସଜେଟ୍ ଦେବାଳିଆ, ନୋଟିସ୍ ଜାରିକଲା ଏନସିଏଲଟି

0

ନୂଆଦିଲ୍ଲୀ : ବିମାନ ଶିଳ୍ପ କ୍ଷେତ୍ରରେ କମ୍ପାନୀଗୁଡ଼ିକର ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି । ଶସ୍ତା ମୂଲ୍ୟରେ ବିମାନ ସେବା ଦେଉଥିବା କମ୍ପାନୀଗୁଡ଼ିକ ଏବେ ଦେବାଳିଆ ହେବାକୁ ବସିଲେଣି । ରାଷ୍ଟ୍ରୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲ ପୂର୍ବରୁ ଗୋ ଫାଷ୍ଟକୁ ଦେବାଳିଆ ଘୋଷଣା କରିସାରିଥିବା ବେଳେ ଏବେ ସ୍ପାଇସ୍ଜେଟ୍କୁ ନୋଟିସ ପଠାଇଛି । ଏନ୍ସିଏଲ୍ଟି ସ୍ପାଇସଜେଟ୍କୁ ଏହି ନୋଟିସ୍ ଆୟରଲ୍ୟାଣ୍ଡ୍ର ଏକ ଏୟାରକ୍ରାଫ୍ଟ ଭଡ଼ାରେ ଦେଇଥିବା କମ୍ପାନୀର ଆବେଦନ ଉପରେ ଜାରି କରିଥିବା ଜଣାପଡ଼ିଛି । ଏୟରକାସିଲ (ଆୟାରଲ୍ୟାଣ୍ଡ) ଲିମିଟେଡ ଅଦାଲତକୁ କରିଥିବା ଆବେଦନରେ ସ୍ପାଇସ୍ଜେଟ୍ ବିରୋଧରେ ଦେବାଳିଆ ପ୍ରକ୍ରୀୟା ଆରମ୍ଭ କରିବାକୁ ଏନସିଏଲଟି କୁ ଅପିଲ କରିଛି । ଏନସିଏଲଟି ଏହା ଉପରେ ମେ ୧୭ରେ ଶୁଣାଣି କରିବାକୁ ଯାଉଛି । ଏୟାରକାସିଲ ସ୍ପାଇସ୍ଜେଟ୍ ବିରୋଧରେ ଏପ୍ରିଲ ୨୮ରେ ଆବେଦନ ଦାୟର କରିଥିଲା ।