(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ବ୍ୟାଙ୍କକ୍ ଠାରେ ଆରମ୍ଭ ହୋଇଥିବା ବିଡ଼ବ୍ଲ୍ୟୁଏଫ ସୁପର ୫୦୦ ଇଭେଣ୍ଟରୁ ଓହରିଲେ ବ୍ୟାଡ଼ମିଣ୍ଟନ ଖେଳାଳି ପିଭି ସିନ୍ଧୁ । ବୁଧବାରଠାରୁ ମୁଖ୍ୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଥିବା ବେଳେ ସିନ୍ଧୁ ଏହାର ଗୋଟିଏ ଦିନ ପୂର୍ବରୁ ଓହରି ଯିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ କେଉଁ କାରଣ ଲାଗି ସେ ପ୍ରତିଯୋଗିତାରୁ ଓହରିଲେ ତାହା ଆୟୋଜକଙ୍କ ତରଫରୁ ସ୍ପଷ୍ଟ କରାଯାଇନାହିଁ। ଗତ ସପ୍ତାହରେ ସିନ୍ଧୁ ଇଣ୍ଡୋନେସିଆ ଓପନ୍ ଫାଇନାଲକୁ ପ୍ରବେଶ କରିଥିଲେ ମଧ୍ୟ ଜାପାନର ଏକାନେ ୟାମାଗୁଚିଙ୍କ ନିକଟରୁ ହାରି ରନର୍ସଅପ୍ରେ ସନ୍ତୁଷ୍ଟ ରହିଥିଲେ। ଅପରପକ୍ଷରେ ଆଘାତଜନିତ କାରଣରୁ ଇଣ୍ଡୋନେସିଆ ଓ ଜାପାନ ଓପନ୍ରୁ ଓହରି ଯାଇଥିବା ସାଇନା ନେହ୍ବାଲ ଏହି ପ୍ରତିଯୋଗିତା ମାଧ୍ୟମରେ କୋଟ୍କୁ ପ୍ରତ୍ୟାବର୍ତ୍ତନ କରିବେ। ପ୍ରତିଯୋଗିତାରେ ୭ମ ସିଡ୍ ମାନ୍ୟତା ପାଇଥିବା ସାଇନା ମହିଳା ସିଙ୍ଗଲ୍ସର ଏକ ମୁକାବିଲାରେ ଜଣେ କ୍ୱାଲିଫାୟର ପ୍ରତିଯୋଗୀଙ୍କୁ ଭେଟିବେ।