(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଭାରତ – ୱେଷ୍ଟଇଣ୍ଡିଜ୍ ମଧ୍ୟ ଟି ୨୦ ମ୍ୟାଚ ସରିବା ପରେ ଆଜି ଆରମ୍ଭ ହେବ ପ୍ରଥମ ଦିନିକିଆ । ଆଜି ରାତିରେ ଗୟନାର ପ୍ରୋଭିଡ଼େନ୍ସ ଷ୍ଟାଡ଼ିୟମରେ ମ୍ୟାଚ୍ ଖେଳାଯିବ । ଟି ୨୦ ସରିଜ୍ ହାରିଥିବାରୁ ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିବ ଇଣ୍ଡିଜ ବାହିନୀ । ଇଣ୍ଡିଜ୍ ଦଳକୁ ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେପଟେ ଅହେତ ଯୋଗୁ ବିଶ୍ୱକପରେ ମାତ୍ର ଦୁଇଟି ମ୍ୟାଚ୍ ଖେଳିଥିବା ଶିଖର ଧୱନ ଟି ୨୦ ରେ ସେପରି କିଛି ଭଲ ପ୍ରଦର୍ଶନ କରିନଥିଲେ । ଏହା ସତ୍ତେ୍ୱ ବି ରୋହିତ ଶର୍ମାଙ୍କ ସହ ସେ ପାଳି ଓପନ କରିପାରନ୍ତି । ୪ ନମ୍ବର ସ୍ଥାନରେ ଖେଳିପାରନ୍ତି ଲୋକେଶ ରାହୁଲ । ମନୀଷ ପାଣ୍ଡେ ଓ ଶ୍ରେୟସ୍ ଆୟରଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ । ତିନିଟି ଯାକ ଟି ୨୦ ଖେଳିଥିବା ଭୁବନେଶ୍ୱର କୁମାରଙ୍କୁ ଆଜି ବିଶ୍ରାମ ଦିଆଯାଇପାରେ । ଟ ୨୦ ଭଲ ପ୍ରଦର୍ଶନ କରିଥିବା ନଭଦୀପ ସାଇନି ଦିନିକିଆରେ ଡ଼େବ୍ୟୁ କରିପାରନ୍ତି ।