ଡେଲାଙ୍ଗ ବ୍ଲକରେ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ

0

(ଗୋପ / ଜୟନ୍ତ କୁମାର ସେଠୀ ): ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ରେ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବ୍ଳକ ସ୍ତରୀୟ ମହତାବ ଉଚ୍ଚ ବିଦ୍ୟାଳୟ ପରିସରରେ ଖେଳକୁଦ ଓ କବାଡି, ଥ୍ରୋ ବଲ, କ୍ରିକେଟ, ଭଲିବଲ ଓ ଆଥେଲେଟିକ ପ୍ରତିଯୋଗିତା ହୋଇଯାଇଛି। ମାତ୍ର ପଡିଆର ଅବସ୍ଥା ଦେଖି କେବଳ କବାଡି ଓ ଭଲିବଲ୍ ଖେଳ ପ୍ରତିଯୋଗିତା ହୋଇଯାଇଛି । ଏଥିରେ ଡେଲାଙ୍ଗ ବ୍ଲକର ୧୯ଟି ହାଉସ୍କୁଲ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ଏମାନଙ୍କ ମଧ୍ୟରୁ ୩୨ ଜଣ କବାଡି ଓ ଭଲିବଲ୍ ଖେଳିବା ପାଇଁ ଜିଲ୍ଲାସ୍ତରକୁ ଯିବେ ବୋଲି କ୍ରୀଡା ଶିକ୍ଷକ ପୁରୁଷୋତ୍ତମୂଦୁଲି ସୂଚନା ଦେଇଛନ୍ତି । ଏହି କ୍ରୀଡା ଉତ୍ସବକୁ ଅତିରିକ୍ତ ଶିକ୍ଷା ଅଧିକାରୀ ଯୁଧିଷ୍ଠିର ପରିଡା ଉଦ୍ଘାଟନ କରିଥିଲେ । ଏଥିରେ କ୍ରୀଡା ଶିକ୍ଷକ ଆର୍ତତ୍ତ୍ରାଣ ମହାନ୍ତି, ସୁର୍ୟ୍ୟନାରାୟଣ ଜେନା, ନଟବର ସେଠୀ, କିଶୋର ଚନ୍ଦ୍ର ଜେନା, ସୁବାଷ ଚନ୍ଦ୍ର ବେହେରାଙ୍କ ସହ ଅନ୍ୟ ଶାରୀରିକ ଶିକ୍ଷକ ଶିକ୍ଷୟତ୍ରୀ ଓ ମହତାବ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ ।