(ଜ୍ୟୋତି ରଞ୍ଜନ ଧର / କଣିହାଁ ) : ଅନୁଗୋଳ ଜିଲ୍ଲା କଣିହାଁ ଗାନ୍ଧିପଡିଆ ପଡିଆ ଠାରେ କଣିହାଁ ପଞ୍ଚମ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଛି। କଣିହାଁ ସିଏଚସି ର ମୁଖ୍ୟ ଡାକ୍ତର ସୁମନ୍ତ କୁମାର ପଟେଲ ମୁଖ୍ୟ ଅତଥି, ସମ୍ମାନିତ ଅତିଥି ଭାବରେ ସମାଜସେବୀ ମାଗୁଣି ଚନ୍ଦ୍ର ନାଏକ ଓ ରଞ୍ଜନ ସାହୁ, ବିଷ୍ଣୁଚନ୍ଦ୍ର ନାଏକ ପ୍ରମୁଖ ଉଦଯାପନୀ ଅବସରେ ସାମିଲ ହୋଇଥିଲେ । ଉପସ୍ଥିତ ଅତିଥିମାନଙ୍କୁ କ୍ଲବର ସଦସ୍ୟ ମାନଙ୍କ ପକ୍ଷରୁ ଉତ୍ତରୀୟ ପ୍ରଦାନ କରାଯାଇଥିଲା । କ୍ରୀଡା ପ୍ରତି ଯୁବପିଢ଼ି ଆକୃଷ୍ଠ ହୋଇ ଶୁସ୍ଥ ସମାଜ ଗଠନ ପାଇଁ ଖେଳୁଆଡ଼ ମନବୃତ୍ତି ହେବା ପାଇଁ ସିଏଚସି ମୁଖ୍ୟ ଡାକ୍ତର ଶ୍ରୀଯୁକ୍ତ ପଟେଲ ଯୁବ ପିଢ଼ିଙ୍କ ଉଦେଶ୍ୟ ରେ ପରାମର୍ଶ ଦେଇଥିଲେ । ଆଜି ଏହି ଫାଇନାଲ ମ୍ୟାଚରେ ଟୋଲକବେଡା ଓ କଣିହାଁ ଟିମ ମଧ୍ୟରେ କ୍ରିକେଟ ଅନୁଷ୍ଠିତହୋଇଥିଲା। କଣିହାଁ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୦୬ ଓଭରରେ ୨ ଉଇକେଟ ହରାଇ ୬୫ ରନ ସଂଗ୍ରହ କରିଥିଲେ। ଏହାର ଜବାବରେ ଟୋଲକବେଡା ନିର୍ଦ୍ଧାରିତ ଓଭରରେ ୫ ଉଇକେଟ ହରାଇ ବିଜୟ ପାଇଁ ଉପଯୁକ୍ତ ରନ ସଂଗ୍ରହ କରିଥିଲା। ଅତିଥି ମାନେ ଚମ୍ପିୟାନ ଓ ରନରସପ୍ ଦଳକୁ ପୁରସ୍କାର ବିତରଣ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟ ରେ ୦୮ ଟି ଦଳ ଭାଗ ନେଇଥିବା ବେଳେ ୬ ଦୀନ ଧରି ଏହି ଟୁର୍ଣ୍ଣାମେଣ୍ଟ ଚାଲିଥିଲା ।