ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ

0

ସୁବର୍ଣ୍ଣପୁର: ସୋନପୁର ସହରର ବ୍ଲକ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ଦିବ୍ଯାଙ୍ଗ ଛାତ୍ର ଛାତ୍ରୀ ମାନଙ୍କ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ଉଦଘାଟିନି ଉତ୍ସବରେ ସ୍ଥାନୀୟ ସିଆରସିସି ବ୍ରତାନନ୍ଦ ଭୋଇ, ମୟୁରଉଡାନ ସିଆରସିସି ଉମାକାନ୍ତ ମିଶ୍ର ଓ ମଲ୍ଲିକମୁଣ୍ଡା ସିଆରସି ରଞ୍ଜନ ବୁଡେକ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ବ୍ଲକର ବିଭିନ୍ନ ସ୍କୁଲରୁ ପ୍ରାୟ ୭୦ ଜଣ ଦିବ୍ୟାଙ୍ଗ ପିଲା ଆସିଥିଲେ । ସେମାନଙ୍କ ମଧ୍ୟରେ ବିଭିନ୍ନ ଖେଳ ପ୍ରତି ଯୋଗିତା ହେଇଥିଲା, ଯାହାକି ଖେଳ ଶିକ୍ଷକ ଚୂଡ଼ାମଣି ପଧାନ ଓ ମଧୁମିତ ବଗର୍ତି ପରିଚାଳନା କରି ଥିଲେ। ଉଦ‌ଯାପନୀ ଉତ୍ସବରେ ବ୍ଲକ କଲୋନୀ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ପ୍ରମୋଦିନୀ ସତପଥୀ ଓ ସହକାରୀ ଶିକ୍ଷୟତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ । ଉତୀର୍ଣ୍ଣ ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ଦେଇଥିଲେ ।  କାର୍ଯ୍ୟକ୍ରମକୁ ସମ୍ବଳ ଶିକ୍ଷକ ଶ୍ରୀ ମିଳନ କୁମାର ଷଡ଼ଙ୍ଗୀ ପରିଚାଲନା କରିଥିବା ବେଳେ, ସମ୍ବଳ ଶିକ୍ଷକ ଶ୍ରୀ ରଂଜନ ସା, ଏମାଇଏସ ରାଜୀବ ଲୋଚନ ପଧାନ ଓ ଶିକ୍ଷକ ଶଙ୍କର ଡାଙ୍ଗ, ପ୍ରଦୀପ ନାୟକ, ଭାଗବତ ମିଶ୍ର, ଆଲୋକ ଗହନ ଏବଂ ଆଇଭି ବିରଞ୍ଚି ପୁଟେଲ, ଭୁବନେଶ୍ଵର ମେହେର ଏବଂ ରବୀନ୍ଦ୍ର ମେହେର ସହଯୋଗ କରିଥିଲେ ।