ନୂଆଦିଲ୍ଲୀ : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ବା ଆଇସିସି ପକ୍ଷରୁ ୨୦୨୨ର ଟି-୨୦ ଟିମ୍ ଅଫ୍ ଦି ଇୟର ପୁରସ୍କାରର ଘୋଷଣା ଆରମ୍ଭ ହୋଇସାରିଛି । ଏଥିରେ ଭାରତୀୟ ଟିମର ଦବଦବା ଦେଖିବାକୁ ମିଳିଛି । ଆଇସିସିର ଏହି ଟିମରେ ତିନି ଭାରତୀୟ ଖେଳାଳି ସାମିଲ ହୋଇଛନ୍ତି । ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା ଓ ସୂର୍ଯ୍ୟକୁମାର ଯାଦବଙ୍କ ନାମ ରହିଛି । ଏହି ଦଳର ନେତୃତ୍ୱ ଜୋସ ବଟଲରଙ୍କୁ ଦିଆଯାଇଛି । ବଟଲରଙ୍କ ନେତୃତ୍ୱରେ ଇଂଲଣ୍ଡ ଚଳିତଥର ଟି-୨୦ ବିଶ୍ୱକପ ହାତେଇପାରିଛି । କିନ୍ତୁ ପାକିସ୍ତାନର ପ୍ରମୁଖ ବ୍ୟାଟସମ୍ୟାନ ତଥା ପାକିସ୍ତାନ ଦଳର ଅଧିନାୟକ ବାବର ଆଜମଙ୍କୁ ସ୍ଥାନ ମିଳିବା ବଦଳେ ମହମ୍ମଦ ରିଜୱାନ ପାକିସ୍ତାନରୁ ଦଳରେ ସ୍ଥାନ ପାଇଛନ୍ତି ।
ଆଇସିସି ଦ୍ୱାରା ମନୋନୀତ ଦଳରେ ଇଂଲଣ୍ଡର ଜସ୍ ବଟଲର ୱିକେଟ୍ କିପର / ଓପନର ଭାବରେ ମନୋନୀତ ହୋଇଥିବାବେଳେ ମହମ୍ମଦ ରିଜୱାନଙ୍କୁ ଓପନର ଭାବେ ଦଳରେ ଅନ୍ତର୍ଭୁକ୍ତ କରାଯାଇଛି । ବିରାଟ କୋହଲି ୩ ନମ୍ବର ଏବଂ ସୂର୍ଯ୍ୟକୁମାର ଯାଦବ ୪ ନମ୍ବରରେ ସ୍ଥାନ ପାଇଛନ୍ତି ।ଟିମରେ ଭାରତର ୩, ପାକିସ୍ତାନର ୩, ଇଂଲଣ୍ଡର ୨, ନ୍ୟୁଜିଲାଣ୍ଡ-ଜିମ୍ବାୱେ-ଶ୍ରୀଲଙ୍କା-ଆୟାରଲାଣ୍ଡର ଜଣେ ଲେଖାଁଏ ଖେଳାଳିଙ୍କୁ ସୁଯୋଗ ମିଳିଛି ।