(ମୁମ୍ବାଇ) : ନେଟଫ୍ଲିକ୍ସର ନୂଆ ନୂଆ ୱେବ୍ ସିରିଜ୍ ଫ୍ୟାନ୍ସଙ୍କୁ ଦିୱାନା କରୁଛି। ସ୍କ୍ୱିଡ୍ ଗେମ୍ସର ପ୍ରଥମ ସିଜିନ୍ ଖୁବ୍ ହିଟ୍ ହୋଇଥିଲା। ସେବେଠାରୁ ଏହାର ସିଜିନ-୨ କୁ ଅପେକ୍ଷା କରାଯାଇଥିଲା। ବର୍ତ୍ତମାନ ନେଟଫ୍ଲିକ୍ସ ଏହି କୋରିଆନ ୱେବ୍ ସିରିଜର ସିଜିନ୍ ୨ ଘୋଷଣା କରିଛି। ଫ୍ୟାନ୍ସ ଏହାର ରିଲିଜକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।
Red light… GREENLIGHT!
Squid Game is officially coming back for Season 2! pic.twitter.com/4usO2Zld39
— Netflix (@netflix) June 12, 2022
ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ନେଟଫ୍ଲିକ୍ସ ସ୍କ୍ୱିଡ୍ ଗେମର ନୂଆ ସିଜିନ ଘୋଷଣା କରିଛି। ନିର୍ଦ୍ଦେଶକ ଫ୍ୟାନ୍ସଙ୍କ ପାଇଁ ଏକ ଖାସ୍ ମେସେଜ ଦେଇଛନ୍ତି। ଭିଡିଓ ସେୟାର୍ କରି ନିର୍ଦ୍ଦେଶକ ଲେଖିଛନ୍ତି – ରେଡ୍ ଲାଇଟ୍… ଗ୍ରୀନ୍ ଲାଇଟ୍… ସ୍କ୍ୱିଡ୍ ଗେମ୍ ସିଜନ୍ ୨ ସହିତ ଫେରୁଛି। ଫ୍ୟାନ୍ସ ଏହାର ରିଲିଜକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।
Hwang Dong-Hyuk writer, director, producer, and creator of @squidgame has a message for the fans: pic.twitter.com/DxF0AS5tMM
— Netflix (@netflix) June 12, 2022
ସୂଚନାନୁଯାୟୀ , ପରବର୍ତ୍ତୀ ଟ୍ୱିଟରେ ନେଟଫ୍ଲିକ୍ସ ଏକ ନୋଟ୍ ସେୟାର କରି ଲେଖିଛି, ଗତ ବର୍ଷ ସ୍କ୍ୱିଡ୍ ଗେମ୍ସର ପ୍ରଥମ ସିଜନ୍ ଆଣିବାକୁ ୧୨ ବର୍ଷ ଲାଗିଥିଲା, କିନ୍ତୁ ସ୍କ୍ୱିଡ୍ ଗେମ୍ସ ନେଟଫ୍ଲିକ୍ସରେ ପପୁଲାର୍ ସିରିଜ୍ ହେବାକୁ ମାତ୍ର ୧୨ ଦିନ ଲାଗିଥିଲା । ସ୍କ୍ୱିଡ୍ ର ଲେଖକ, ନିର୍ଦ୍ଦେଶକ ଏବଂ ନିର୍ମାତାଙ୍କୁ ସମଗ୍ର ବିଶ୍ୱରେ ଫ୍ୟାନ୍ସ ପ୍ରଶଂସା କରିଥିଲେ।