(ସାଲେପୁର / ତାରାକାନ୍ତ ନାଏକ ): କଟକଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ ବାଲିସାହି ପଞ୍ଚାୟତ ମାଛୁଆତି ଗ୍ରାମର ଧର୍ମପରାୟଣ ମହିଳା କନକଲତା ଶତପଥୀଙ୍କ ଦଶମ ବାର୍ଷିକ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ପୂର୍ଣ୍ଣଚନ୍ଦ୍ର ଶତପଥୀଙ୍କ ବାସଭବନ ପରିସରରେ ସାଇ ସମୀକ୍ଷା ଏଜୁକେସନଲ ଟ୍ରଷ୍ଟ ପ୍ରତିଷ୍ଠାତା ତଥା ଯୁବ ସମାଜସେବୀ ହରିବନ୍ଧୁ ଶତପଥି ଙ୍କ ତତ୍ୱବାଧାନରେ କନକଲତା ଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୀପ ପ୍ରଜ୍ୱଳନ ଓ ଅଷ୍ଟ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା।ଏହି କାର୍ୟ୍ୟକ୍ରମ ରେ ଗୋପବନ୍ଧୁ ଶତପଥୀ, ଶୁଭଶ୍ରୀ ଶତପଥୀ ,ସମୀକ୍ଷା ଶତପଥୀ,ସାଇସ୍ମରଣ ଶତପଥୀ,ଜୟଶ୍ରୀ ସତପଥୀ,ପ୍ରଣତିପଣ୍ଡା,ସୁଜିତ ଶତପଥୀ,ରୁପା ଶତପଥି ସମେତ ଟ୍ରଷ୍ଟର କର୍ମକର୍ତ୍ତା ଓ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇ କନକଲତା ଙ୍କ ଫୋଟୋ ଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।