ବୁଲବୁଲ କ୍ଷୟକ୍ଷତି ନେଇ ଏସଆରସିଙ୍କ ସୂଚନା

0

(ମୃତ୍ୟୁଞ୍ଜୟ / ରିପୋର୍ଟସ ଟୁଡ଼େ ): ବାତ୍ୟା ବୁଲବୁଲ ଓଡ଼ିଶାରେ ସ୍ଥଳଭାଗ ଛୁଇଁ ନଥିଲେ ମଧ୍ୟ ଅନେକ ସ୍ଥାନ ପ୍ରଭାବିତ ହୋଇଛି । ଏହି ବାତ୍ୟା ନେଇ ପ୍ରାଥମିକ ରିପୋର୍ଟ ଆସିଛି । ଏସଆରସିଙ୍କ ସୂଚନା ଅନୁସାରେ ଓଡ଼ିଶାର କେନ୍ଦ୍ରପଡ଼ା , ଭଦ୍ରକ , ବାଲେଶ୍ବର ଏବଂ ମୟୁରଭଞ୍ଜ ଜିଲ୍ଲା ପ୍ରଭାବିତ ହୋଇଛି । ଯାଜପୁର ରେ ମଧ୍ୟ ବୁଲବୁଲ ର ପ୍ରଭାବ ଦେଖିବାକୁ ମିଳିଛି । ଅନେକ ସ୍ଥାନରେ ବଡ଼ ବଡ଼ ଗଛ ଭାଙ୍ଗି ପଡ଼ିଛି । ଯାହାଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । କିନ୍ତୁ ଏଡ଼ିଆଏଫ , ଓଡ଼୍ରାଫ ଓ ଅଗ୍ନିଶମ ବାହିନି ଗଛକୁ କାଡ଼ି ରାସ୍ତା ସଫା କରିବାରେ ଲାଗିଛନ୍ତି ।
ସେହିପରି ଏହି ବାତ୍ୟାରେ ୧୬ ଳକ୍ଷ ବିଦ୍ୟୁତ ଉପଭୋକ୍ତା କ୍ଷତିଗ୍ରସ୍ତ ହୋଇଛନ୍ତି । ଏଥିରେ ୬ ଟି ଜିଲ୍ଲାର ଉପଭୋକ୍ତା କ୍ଷତିଗ୍ରସ୍ତ ହୋଇଛନ୍ତି । ସେଗୁଡ଼ିକ ହେଲା ଭଦ୍ରକ , ବାଲେଶ୍ୱର , ମୟୁରଭଞ୍ଜ , ଜଗିସିଂହପୁର ,କେନ୍ଦ୍ରପଡ଼ା ଏବଂ ଯାଜପୁର । ବ୍ୟାଘାତ ହୋଇଥିବା ବିଦ୍ୟୁତ ମଧ୍ୟରୁ ୯୪ ପ୍ରତିଶତ ବିଦ୍ୟୁତ କାମ ଶେଷ ହୋଇଯାଇଥିବା ବେଳେ ବାକି କାମ ୧୨ ନଭେମ୍ବର ସୁଦ୍ଧା ଶେଷ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
ଅନ୍ୟପଟେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ମଧ୍ୟ ବ୍ୟାଘାତ ହୋଇଛି । ୬୫୩ ଟି ପାନୀୟ ଜଳ ଯୋଗାଣ ପାଇପ ଲାଇନ ଏହି ବାତ୍ୟାର କ୍ଷତିଗ୍ରସ୍ତ ହୋଇଛି । ଭଦ୍ରକ , ବାଲେଶ୍ୱର ଏବଂ କେନ୍ଦ୍ରପଡ଼ା ଜିଲ୍ଲାରେ ବିଦ୍ୟୁତ କ୍ଷତିଗ୍ରସ୍ତ ହେବା କାରଣ ହେତୁ ପାନୀୟ ଜଳ ଯୋଗାଣରେ ଅସୁବିଧା ଉପୁଜିଛି । ସେଥିମଧ୍ୟରୁ ୧୭୪ ଟି ପାଇପ ଲାଇନ କୁ ଠିକ କରାଯାଇଛି , ଯାହାକି ବିଦ୍ୟୁତ ସରବରାୟକୁ ଠିକ କରିବା ପରେ ହୋଇଛି । ଅନ୍ୟ ୧୭୪ ଟି ପାଇପରେ ଜେନେରେଟର ଦ୍ୱାରା ପାନୀୟ ଜଳ ଯୋଗାଇ ଦିଆଯାଉଛି । ପ୍ରଭାବିତ ଅଂଚଳକୁ ଟ୍ୟାକର ମାଧ୍ୟମରେ ପାନୀୟ ଜଳ ଯୋଗାଇ ଦିଆଯାଉଛି । ନଭେମ୍ବର ୧୨ ସୁଦ୍ଧା ପାନୀୟ ଜଳ ଯୋଗାଣ ସ୍ୱାଭାବିକ ହେବ ନେଇ ବିଭାଗ କହିଛି ।
ଏହି ବାତ୍ୟାରେ ୮୨୧୮ଜଣ ଲୋକ ପ୍ରଭାବିତ ହୋଇଛନ୍ତି । ଏମାନେ ମୁଖ୍ୟତଃ ଜଗତସିଂହପୁର , କେନ୍ଦ୍ରପଡ଼ା , ଭଦ୍ରକ , ବାଲେଶ୍ୱର ଏବଂ ମୟୁରଭଞ୍ଜ ଜିଲ୍ଲାର । ଯେଉଁମାନଙ୍କୁ ୯୧ ଟି ବାତ୍ୟାଆଶ୍ରୟ ସ୍ଥଳୀରେ ରଖାଯାଇଥିଲା ।
ଏହି ବାତ୍ୟାରେ ୫୫୦୦ ଟି ଘର କ୍ଷତିଗ୍ରସ୍ତ ହୋଇଛି । କ୍ଷତିଗ୍ରସ୍ତ ହୋଇଥିବା ଘରକୁ ସପ୍ତାହ ମଧ୍ୟରେ ମରାମତି କରାଯିବ ।
ପ୍ରାଥମିକ ରିପୋର୍ଟ ଅନୁସାରେ ବର୍ତମାନ ସୁଦ୍ଧା ୩ ଲକ୍ଷ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିବା ବେଳେ ୨ ଲକ୍ଷ ହେକ୍ଟର ଜମିରେ ଉଦ୍ଧ୍ୱର୍ ଫସଲ ନଷ୍ଟ ହୋଇଛି । ସଂପୃକ୍ତ ଫସଲ କେତେ ନଷ୍ଟ ହୋଇଛି ତାହାର ସଂପୂର୍ଣ୍ଣ ରିପୋର୍ଟ ଏକ ସପ୍ତାହ ମଧ୍ୟରେ ଦେବାକୁ କୃଷି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।
ପ୍ରାଥମିକ ରିପୋର୍ଟ ଅନୁସାରେ ୧୧ ଟି ଗାଇ , ୫ ଟି ମେଣ୍ଡା, ଛେଳି ଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ ଟି ପକ୍ଷୀ ମୃତ୍ୟୁ ହୋଇଛି । ଅନ୍ୟପଟେ ଏହି ବାତ୍ୟାରେ କୌଣସି ବ୍ୟକ୍ତି ବିଶେଷ ଙ୍କର ମୃତ୍ୟୁ ହୋଇନଥିବା ରିପୋର୍ଟରେ ଦର୍ଶାଯାଇଛି ।