ଭୁବନେଶ୍ୱର : ଓଡିଶାରେ ସମ୍ଭାବ୍ୟ ବାତ୍ୟା ନେଇ ୭ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ SRC | ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି କରାଯାଇଛ | ଡିସେମ୍ବର ୧ ତାରିଖରୁ ପବନ ବହିବା ସହ ଅଶାନ୍ତ ରହିବ ସମୁଦ୍ର |
ବଙ୍ଗୋପସାଗରରେ ଆଗକୁ ବଢୁଛି ସକ୍ରିୟ ସୁଦୃଶ୍ୟ ଲଘୁଚାପ । ଆଜି ସୃଷ୍ଟି ହୋଇଛି ୱେଲ ମାର୍କଡ ଲୋ ପ୍ରେସର । ଏବେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ଆଗକୁ ବଢୁଛି । ଆହୁରି ଘନୀଭୂତ ହେବ ସୁଦୃଶ୍ୟ ଲଘୁଚାପ । କାଲି ସୁଦ୍ଧା ଅବପାତ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହାପରେ ପରବର୍ତ୍ତୀ ୨୪ ଘଣ୍ଟାରେ ହେବ ବାତ୍ୟା । ସମ୍ଭାବ୍ୟ ସାଇକ୍ଲୋନର ନାଁ ରହିବ ମିଗଜମ୍ । ୧ ତାରିଖରେ ପବନର ବେଗ ଘଣ୍ଟାପ୍ରତି ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିପାରେ । ସମ୍ଭାବ୍ୟ ସାଇକ୍ଲୋନ୍ କୁଆଡ଼େ ଯିବ ? କଣ ରହିବ ପ୍ରଭାବ ସେନେଇ କୌଣସି ପୂର୍ବାନୁମାନ କରିନି ଭାରତୀୟ ପାଣିପାଗ ବିଭାଗ । ତେବେ କିଛି ମଡେଲ୍ ଦର୍ଶାଉଛନ୍ତି ସମ୍ଭାବ୍ୟ ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁଇପାରେ । ତେବେ ଓଡ଼ିଶା ପାଇଁ ଏବେ କୌଣସି ୱାର୍ଣ୍ଣିଂ ଜାରି ହୋଇନି । ଡିସେମ୍ବର ୧ରୁ ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।