ଶ୍ରୀଜୀଉଙ୍କ ବନକଲାଗି ବା ଶ୍ରୀମୁଖଶୃଙ୍ଗାର ନୀତି ନେଇ ୪ ଘଣ୍ଟା ଦର୍ଶନ ବନ୍ଦ।

0

(ଜୟନ୍ତ କୁମାର ସେଠି / ଗୋପ) ; ଆଜି ବୁଧବାର ଚୈତ୍ର କୃଷ୍ଣ ତୃତୀୟ ତିଥିରେଶ୍ରୀଜୀଉ ଙ୍କ ‘ବନକଲାଗି’ ବା ଶ୍ରୀମୁଖଶୃଙ୍ଗାର ନୀତି ଅନୁଷ୍ଠିତ ହେବାକୁ ଥିବାରୁ ଦିତୀୟ ଭୋଗମଣ୍ଡପ ଭୋଗ ପରେ ଅପରାହ୍ନ ଘ.୪.୦୦ ଟାରୁ ସନ୍ଧ୍ୟା ଘ.୮.୦୦ ଟା ପର୍ୟ୍ୟନ୍ତ ପ୍ରାୟ ୪ ଘଣ୍ଟା ଆପାତତଃ ଦର୍ଶନ ବନ୍ଦ ରହିବ। ବନକ ଲାଗି ନୀତି ‘ଦତ୍ତ ମହାପାତ୍ର’ ଗୋଷ୍ଠୀର ସେବକମାନଙ୍କ ଦ୍ୱାରା କରାଯାଇଥାଏ । ପରମ୍ପରା ଅନୁଯାୟୀ ବୁଧବାର ଦିନ ବନକ ଲାଗି ହୋଇଥାଏ । ଏହା ଗୁପ୍ତ ନୀତି ହୋଇ ଥିବା ରୁ ଦି’ପ୍ରହର ଧୂପ ସରିବା ପରେ ମନ୍ଦିରର ସମସ୍ତ ଦରଜା ବନ୍ଦ କରାଯାଇ ଏହି ନୀତି କରାଯାଇଥାଏ । ଦତ୍ତମହାପାତ୍ର ରତ୍ନ ସିଂହାସନ ଉପରକୁ ଯାଇ ଦେବତାମାନଙ୍କର ମୁଖସିଂହାର କରନ୍ତି । ଏହି ନୀତି ସମାପନ ହେବା ପର୍ୟ୍ୟନ୍ତ ପ୍ରାୟ ୪ ଘଣ୍ଟା ସମୟ ଶ୍ରୀମନ୍ଦିରର ସମସ୍ତ ଦ୍ୱାର ସମ୍ପୂର୍ଣ୍ଣ ବନ୍ଦ ରହେ । ତିନି ଦାରୁମୂର୍ତ୍ତିଙ୍କ ମୁଖମଣ୍ଡଳରେ ଶୃଙ୍ଗାରକୁ ମନ୍ଦିର ଭାଷାରେ ବନକଲାଗି କୁହାଯାଏ ।