ମହାପ୍ରଭୁଙ୍କ ଝୁଲଣ ଯାତ୍ରା ଆରମ୍ଭ

0

ଗୋପ/ଜୟନ୍ତ କୁମାର ସେଠୀ: ଚଳିତବର୍ଷ ଶ୍ରୀକ୍ଷେତ୍ରରେ ଭକ୍ତବିହୀନ ମହାପ୍ରଭୁଙ୍କ ବର୍ଷକାଳୀନ ରାହାସ ଉତ୍ସବ ବା ଝୁଲଣ ଯାତ୍ରା ଆରମ୍ଭ ହେଇଛି।କୋଭିଡ କଟକଣା ଭିତରେ ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଝୁଲଣଯାତ୍ରା ଶ୍ରୀମନ୍ଦିର ସହ ବିଭିନ୍ନ ମଠରେ ଆରମ୍ଭ ହୋଇଛି। ଅନୁଷ୍ଠିତ ହେବ।ସୁସଜ୍ଜିତ ଝୁଲଣ କୁଞ୍ଜରେ ଶ୍ରୀରାଧାକୃଷ୍ଣ ଝୁଲିବା ସହ ଝୁଲଣ ପର୍ଵ ଆରଂଭ ହୋଇଛି।
ଏହି ଯାତ୍ରା ୭ଦିନ ଧରି ଚାଲିଥାଏ । ଶ୍ରୀମନ୍ଦିରରେ ସଂଧ୍ୟାଆଳତୀ ପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ପ୍ରାପ୍ତ ହୋଇ ପ୍ରଭୁ ମଦନମୋହନ, ଭୂଦେବୀ ଓ ଶ୍ରୀଦେବୀଙ୍କ ସହ ଝୁଲଣକୁଞ୍ଜ ରେ ବିରାଜମାନ କରନ୍ତି । ମୁକ୍ତିମଣ୍ଡପରେ ଆକର୍ଷଣୀୟ ଭାବେ ନିର୍ମାଣ କରାଯାଇଥିବା ଝୁଲଣକୁଞ୍ଜରେ ପ୍ରଭୁ ମଦନମୋହନ ପ୍ରାବୃଟ ରାସ କରନ୍ତି । କେବଳ ଶ୍ରୀମନ୍ଦିର ନୁହେଁ ଶ୍ରୀମନ୍ଦିର ସହ ଜଡିତଥିବା ମଠମନ୍ଦିର ତଥା ପୁରୀର ବିଭିନ୍ନ ଘରେ ମଧ୍ୟ ଏହି ଝୁଲଣ ଦେଖିବାକୁ ମିଳିଥାଏ । ପ୍ରାୟତଃ ଏକ ମାସ ପୂର୍ବରୁ କାରିଗର ମାନେ ଶୁଦ୍ଧପୂତ ଭାବେ ଏହି ଝୁଲଣ ନିର୍ମାଣରେ ଲାଗିଥାନ୍ତି ଜ୍ଝ କୁଞ୍ଜକୁ ଆକର୍ଷଣୀୟ କରିବା ପାଇଁ ଜରି, ଜମ୍ବୁରା, ସୋଲ, ରଙ୍ଗ ଓ ନୂଆକନା ବ୍ୟବହାର କରାଯାଇଥାଏ । ଏହି କୁଞ୍ଜରେ କେବଳ ଦେବା ଦେବୀ ନୁହନ୍ତି ସଖୀ, ପଶୁ, ପକ୍ଷୀ ତଥା ବିଭିନ୍ନ ଗଛଲତା ସହ ସୁବାସିତ ଫୁଲ ସହ ଫଳମୂଳ କୁ ମଧ୍ୟ ସ୍ଥାନ ଦିଆଯାଇଥାଏ । ଯାହାକୁ ଦେଖିବା ପାଇଁ ଭକ୍ତଙ୍କ ଭିଡ ଜମିଥାଏ।କିନ୍ତୁ କୋଭିଡ କଟକଣା ଭିତରେ ସାମାଜିକ ଦୂରତ୍ୱ ରକ୍ଷା କରାଯାଇ ଝୁଲଣ ଉତ୍ସବ ଅନୁଷ୍ଠିତ ହେଉଛି।