ଗୋପ/ଜୟନ୍ତ କୁମାର ସେଠୀ: ସୁରୁଖୁରୁରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଭକ୍ତ । ପ୍ରଶାସନ ପକ୍ଷରୁ କରଯାଇଥିବା ସମସ୍ତ ନୀୟମ ମାନି ଭକ୍ତ ମାନେ ମହାପ୍ରଭୁଙ୍କ ଦର୍ଶନ ଲାଭ କରିଛନ୍ତି। ଡବଲ ଡୋଜ ଟୀକା ପ୍ରମାଣ ପତ୍ର ଅଥବା ୯୬ ଘଣ୍ଟା ପୂର୍ବର କୋଭିଡ ନେଗେଟିଭ ରିପୋର୍ଟ ଦେଇ ଭକ୍ତ ମାନେ ଶ୍ରୀମନ୍ଦିରକୁ ପ୍ରବେଶ କରି ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ଗତକାଲି ପ୍ରଥମ ଦିନରେ ପାଖାପାଖି ୧୦ ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ ଲାଭ କରିଛନ୍ତି। ସେପଟେ ଶୃଙ୍ଖଳିତ ଦର୍ଶନ ପାଇଁ ପୁରୀ ପୋଲିସ ସମେତ ଅନେକ ସ୍ୱେଛାସେବୀ ରହିଛନ୍ତି। ଲୋକଙ୍କ ଫିଡ଼ ବ୍ୟାକ ନେବା ପାଇଁ ପ୍ରଥମଥର ପାଇଁ ପୁରୀ ପୋଲିସ ପକ୍ଷରୁ କ୍ୟୁଆର କୋଡ଼ର ବ୍ୟବସ୍ଥା ହୋଇଛି। ତେବେ ଭକ୍ତ ମାନେ ମୋବାଇଲରେ କୋଭିଡ ରିପୋର୍ଟ କିମ୍ବା ଡବଲ ଡୋଜ ସାର୍ଟିଫିକେଟ ନଆଣି ସାଙ୍ଗରେ ଜେରେକ୍ସ କରି ଆଣି ବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ଗତ ୧୨ ଓ ୧୩ ତାରିଖରେ ପ୍ରଥମେ କେଵଳ ସେବାୟତଙ୍କ ପରିବାର ବର୍ଗ ୧୬ ରୁ ୨୦ ତାରିଖ ଯାଏ କେବଳ ପୁରୀ ପୋୖରାଞ୍ଚଳ ବାସୀ ଙ୍କୁ ପ୍ରଥମେ ପୁରୀ ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ଦର୍ଶନ ନେଇ ସୁଯୋଗ ପ୍ରଦାନ କରାଯାଇ ଥିଲା। ୨୩ ତାରିଖ ରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି।