ଶ୍ରୀଲଙ୍କାରେ ହିଂସା, ଆତ୍ମହତ୍ୟା କଲେ ସାଂସଦ
ଆର୍ଥିକ ସଂକଟର ମାଡ଼ର ଭାଙ୍ଗି ପଡ଼ିଥିବା ଶ୍ରୀଲଙ୍କା ଏବେ ହିଂସାରେ ଜଳୁଛି ।
(ଦିଲ୍ଲୀ) : ଆର୍ଥିକ ସଂକଟର ମାଡ଼ର ଭାଙ୍ଗି ପଡ଼ିଥିବା ଶ୍ରୀଲଙ୍କା ଏବେ ହିଂସାରେ ଜଳୁଛି । ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷେଙ୍କ ଘରକୁ ଜାଳି ଦେଇଥିବା ସୂଚନା ମିଳିଛି ।
ବିକ୍ଷୋଭପ୍ରଦର୍ଶନକାରୀ ଇସ୍ତଫା ଦେଇ ସାରିଥିବା ଶ୍ରୀଲଙ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷେଙ୍କ ଘରକୁ ଜାଳି ଦେଇଛନ୍ତି । ମହିନ୍ଦ୍ରା ରାଜପକ୍ଷେଙ୍କ ଇସ୍ତଫା ପରେ ଶ୍ରୀଲଙ୍କାର ଅବସ୍ଥା ଏବେ ଆହୁରୀ ବେକାବୁ ହୋଇଯାଇଛି ।
ସୂଚନାନୁଯାୟୀ , ଏହି ହିଂସାରେ ସରକାରୀ ଦଳର ଜନୈକ ସାସଂଦଙ୍କର ବି ମୃତ୍ୟୁ ହୋଇଛି । ସାଂସଦ ପ୍ରଥମେ ପ୍ରଦର୍ଶନକାରୀଙ୍କ ଉପରେ ଗୁଳିଚାଳନା ଏବଂ ବୋମା ବିସ୍ଫୋରଣ କରିବାର ଭୟରେ ନିଜକୁ ଗୁଳି ମାରି ଆତ୍ମହତ୍ୟା କରିନେଇଛନ୍ତି ।