ଶ୍ରୀମନ୍ଦିର ଭିତରକୁ ଜୋତା ପିନ୍ଧି ପଶିବା ପୋଲିସ ବାବୁଙ୍କୁ ପଡିଲା ମହଙ୍ଗା… ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ରିପୋର୍ଟ ତଲବ..
( ସଂଜୁକ୍ତା ବେହେରା): ଶ୍ରୀମନ୍ଦିର ମାମଲାର ଆଜି ଏକ ଜରୁରୀ ଶୁଣାଣୀ କରିଛନ୍ତି ସୁପ୍ରିମକୋର୍ଟ । ଧାଡି ଦର୍ଶନକୁ ନେଇ ବିରୋଧ କରିଦିଆଯାଇଥିବା ପୁରୀ ବନ୍ଦ ବେଳେ ହୋଇଥିବା ହିଂସା ଘଟଣାରେ ଉଦବେଗ ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କୁ ଏକ ରିପୋର୍ଟ ତଲବ କରିଛନ୍ତି ସୁପ୍ରିମକୋର୍ଟ । ଆସନ୍ତା ୨ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣୀ ଚଳିତମାସ ୩୧ ତାରିଖରେ ହେବ ବୋଲି ସୂଚନା ମିଳିଛି…. ପୁରୀ ବନ୍ଦ ବେଳେ ସୃଷ୍ଟି ହୋଇଥିବା ବ୍ୟାପକ ହିଂସା ଘଟଣା ପରେ ଆଇନଜୀବୀ ଦେବାଶିଷ ମିଶ୍ରଙ୍କ ପକ୍ଷରୁ ହୋଇଥିବା ଆବେଦନର ଆଜି ଶୁଣାଣୀ ହୋଇଛି ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବାକୁ ଯାଇ ଶ୍ରୀମନ୍ଦିର ପ୍ରଶାସନ ଶୃଙ୍ଖଳିତ ଦର୍ଶନ ପାଇଁ ଧାଡ଼ି ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଯାହାକୁ ତୀବ୍ର ବିରୋଧ କରିଥିଲା ଶ୍ରୀଜଗନ୍ନାଥ ସେନା ଓ ସ୍ଥାନୀୟ ବାସିନ୍ଦା । ଏହା ବିରୋଧରେ ଗତ ୩ ତାରିଖରେ ଦିଆଯାଇଥିବା ବନ୍ଦ ଡାକରାରେ ଆନ୍ଦୋଳନକାରୀଙ୍କ ତୁମୁଳ କାଣ୍ଡ ଦେଖିବାକୁ ମିଳିଥିଲା । ବନ୍ଦ ବେଳେ ପୋଲିସ ମନ୍ଦିର ଭିତରକୁ ଜୋତା ପିନ୍ଧି ପ୍ରବେଶ କରିଥିବା ସେ କହିଥିଲେ । କିନ୍ତୁ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।