(ରିପୋର୍ଟସ ଟୁଡ଼େ/ଭୁବନେଶ୍ୱର):ଜର୍ମାନୀ ଅନ୍ତର୍ଜାତୀୟ ସୁଟିଂ ପ୍ରତିଯୋଗିତାରେ ଓଡ଼ିଆ ଝିଅ ଶ୍ରୀୟଙ୍କା ଙ୍କ କମାଲ। ପୁଣି ଏକ ଅନ୍ତର୍ଜାତୀୟ ପଦକ ଜିତି ନେଇଛନ୍ତି। ଜାନୁଆରି ୨୩ରୁ ଜର୍ମାନିର ମ୍ୟୁନିକ୍ରେ ଚାଲିଥିବା ଏଚ୍ଏନ୍ କପ୍ ଅନ୍ତର୍ଜାତୀୟ ପ୍ରତିଯୋଗିତା ରବିବାର ଶେଷ ହୋଇଥିଲା ।ସେଥିରେ କିଟ୍ ଛାତ୍ରୀ ଶ୍ରୀୟଙ୍କା ସ୍ବର୍ଣ୍ଣ ପଦକ ଜିତି ନେଇଛନ୍ତି।ଦଳଗତ ମିଶ୍ରିତ ବର୍ଗରେ ହିଁ ସେ ଏହି ସଫଳତା ଲାଭ କରିଛନ୍ତି। ଶ୍ରୀୟଙ୍କା ଓ ଲକ୍ଷ୍ୟ ସେରନଙ୍କୁ ନେଇ ଗଠିତ ଭାରତୀୟ ଦଳ ଫାଇନାଲରେ ରୁଷିଆ ଦଳକୁ ୨ (୫୦୨.୯-୫୦୦.୯) ପଏଣ୍ଟ୍ ବ୍ୟବଧାନରେ ହରାଇ ସ୍ବର୍ଣ୍ଣ ପଦକ କବଜା କରି ନେଇଥିଲେ। ଏକମାତ୍ର ଓଡ଼ିଆ ଭାବେ ଭାରତୀୟ ଟିମରେ ସ୍ଥାନ ପାଇଥିଲେ ଶ୍ରୀୟଙ୍କା। ସ୍ୱର୍ଣ୍ଣପଦକ ବିଜୟୀ ହେବା ପରେ ସେ ନିଜ ବାପାମା’ ଓ କିଟ-କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି।