(ରିପୋର୍ଟସ ଟୁଡ଼େ)ନୂଆଦିଲ୍ଲୀ: ଗତକାଲି ସମାଜବାଦୀ ପାର୍ଟି ନିଜର ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି । କିନ୍ତୁ ସବୁଠାରୁ ଚକିତ କଲା ଭଳି ଘଟଣା ଏହି ତାଲିକାରେ ଦେଖିବାକୁ ମିଳିଛି । ଚଳିତ ଥର ମୁଲାୟମ ସିଂ ଯାଦବଙ୍କୁ ଏହି ତାଲିକାରୁ ବାଦ୍ ଦିଆ ଯାଇଛି । ଏହା ପୂର୍ବରୁ ଏସପି ଲୋକସଭା ପାଇଁ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା ।
ଏସପି ଦ୍ୱାରା ଜାରି କରାଯାଇଥିବା ଷ୍ଟାର ପ୍ରଚାରକଙ୍କ ମଧ୍ୟରେ ଅଖିଲେଶ ଯାଦବ, ଡିମ୍ପଲ ଯାଦବ, ଜୟା ବଚନ, ରାମ ଗୋପଳ ଯାଦବ, ରାଜେନ୍ଦ୍ର ଚୌଧରୀ, ଆଜମ ଖାନ ଆଦି ସାମିଲ ଅଛନ୍ତି ।
ଏସପି ୪୦ଜଣ ଷ୍ଟାର ପ୍ରଚାରକଙ୍କ ନାମ ଜାରି କରିଛି । ଏଥିରେ ମୁଲାୟମଙ୍କ ନାମ ନାହିଁ । ସେ ମେନପୁରୀ ଆସନରୁ ଦଳର ପ୍ରାର୍ଥୀ ହୋଇଛନ୍ତି ।