ଭୁବନେଶ୍ୱର: କଟକ ବାରବାଟୀ ରେ କ୍ରିକେଟ ଖେଳିବେ ନାମୀଦାମୀ ଭାରତୀୟ ଫିଲ୍ମ ଷ୍ଟାର । ଫେବୃଆରୀ ୧୬ରେ ଆୟୋଜିତ ହେବାକୁ ଥିବା ସେଲିବ୍ରିଟି କ୍ରିକେଟ ଲିଗ୍ ରେ ଖେଳିବେ ଷ୍ଟାର, ସୁପର ଷ୍ଟାର। ଆଜି ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସି ସି ଏଲ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବେଙ୍ଗଲ ସେଲିବ୍ରିଟି କ୍ରିକେଟ ର କଟକ ବାରବାଟୀ ହୋମ ଗ୍ରାଉଣ୍ଡ ହେବ ବୋଲି ଟିମ୍ ଓନର ବୋନି କପୁର ଘୋଷଣା କରିଛନ୍ତି। ବେଙ୍ଗଲ ର ମୁକାବିଲା ମୁମ୍ବାଇ ଷ୍ଟାର ଟିମ୍ କୁ ଭେଟିବ।
ଅର୍ଜୁନ କପୂର୍, ସୋହେଲ ଖାଁ, ସୋନୁ ସୁଦ୍, ମିକା ସିଂ, ଆୟୁଷ୍ମାନ ଖୁରାନା, ରିଦେଶ ଦେଶମୁଖ, ଜାହ୍ନବୀ କପୁର ଭଳି ଷ୍ଟାର ମାନେ ଖେଳୁଥିବାର ଦର୍ଶକ ଦେଖିବେ। ଫେବୃଆରୀ ୧୧ ରୁ ବାରବାଟୀ ରେ ଟିକେଟ ମିଳିବା ଆରମ୍ଭ ହୋଇଛି। ଏହାଛଡା ରେଲୱେ ଷ୍ଟେସନ, ବିମାନ ବନ୍ଦର, ବସ ଷ୍ଟାଣ୍ଡ ରେ ବି ଟିକେଟ ମିଳିବ। ସାମ୍ବାଦିକ ସମ୍ମିଳନୀ ରେ ଅର୍ଜୁନ କପୁର ଉପସ୍ଥିତ ଥିଲେ। ଏହି ଟୁର୍ଣ୍ଣାମେଣ୍ଟ କୁ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।