ସ୍କାଉଟ ଆଣ୍ଡ ଗାଇଡ୍ଡକୁ ରାଜ୍ୟ ପୁରଷ୍କାର

0

ଓଡିଶା ରାଜ୍ୟ ଭାରତ ସ୍କାଉଟ ଆଣ୍ଡ ଗାଇଡ୍ଡର ସଦସ୍ୟ ମାନେ ଏକ ଉତ୍ତମ ଭବିଷ୍ୟତର ମଶାଲ ବାହାକ ହୁଅନ୍ତୁ ବୋଲି ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କାମ୍ଭମ୍ପାଟି ଆହ୍ୱାନ ଜଣାଇଛନ୍ତି । ଚଳିତ ମଇ ୯ ତାରିଖ ଦିନ ରାଜଭବନର ନୁ୍ୟ ଅଭିଷେକ ହଲ୍ ଠାରେ ଓଡିଶା ରାଜ୍ୟ ବାରତ ସ୍କାଉଟ ଆଣ୍ଡ ଗାଇଡ୍ଡର ରାଜ୍ୟ ପୁରଷ୍କାର ବିତରଣ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତି । ଏହି ସମାରୋହରେ ଅଭିଭାଷଣ ଦେଇ ରାଜ୍ୟପାଳ କହିଥିଲେ ଯେ, ଦେଶ ପାଇଁ ବର୍ତ୍ତମାନ ସ୍କାଉଟ ଓ ଗାଇଡ୍ଡର ପୂର୍ବ ଅପେକ୍ଷା ଅଧିକ ସମର୍ପଣ, ଶୃଙ୍ଖଳା ଏବଂ ମୁଲ୍ୟବୋଧର ଆବଶ୍ୟକତା ରହିଛି । ସେବା, ଆତ୍ମ ନିର୍ଭରଶୀଳତା ଏବଂ ନୈତିକ ସାଧୁତା ମାଧ୍ୟମରେ ଦାୟିତ୍ୱସଂପନ୍ନ ନାଗରିକ ତିଆରି କରିବାରେ ସ୍କାଉଟ ଓ ଗାଇଡ୍ଡ ଆନେ୍ଦାଳନର ଭୂମିକାକୁ ରାଜ୍ୟପାଳ ପ୍ରଶଂସା କରିଥିଲେ । ରାଜ୍ୟ ପୁରଷ୍କାର ଆପଣମାନଙ୍କ ଯାତ୍ରାର ଶେଷ ନୁହେଁ, ଏହା ଏକ ମାଇଲଖୁଣ୍ଟ ବୋଲି ରାଜ୍ୟପାଳ କହିବା ସହିତ ଯୁବ ସଦସ୍ୟମାନେ ସେମାନଙ୍କ ସମସ୍ତ କାର୍ଯ୍ୟରେ ଦୟା, ସଚ୍ଚୋଟତା ଏବଂ ନେତୃତ୍ୱର ମୂଲ୍ୟବୋଧକୁ ଆଗକୁ ବଢାନ୍ତୁ ବୋଲି ଆହ୍ୱାନ ଦେଇଥିଲେ । ଏହି ସମାରୋହରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ , ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ସ୍କାଉଟ ଆଣ୍ଡ ଗାଇଡ୍ଡର ରାଜ୍ୟ ମୁଖ୍ୟ ଡଃ. କାଳୀ ପ୍ରସାଦ ମିଶ୍ର ପ୍ରମୁଖେଯାଗ ଦେଇଥିଲେ ।