ସୁବର୍ଣ୍ଣପୁର / ଓମ ପ୍ରକାଶ ମିଶ୍ର: ରାଜ୍ୟ ବିଜେପିର ଅନ୍ୟାନ୍ୟ ଜିଲ୍ଲା ସଭାପତି ନିର୍ବାଚିତହୋଇ ସାରିଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାର ବିଜେପି ସଭାପତି ଚୟନ ଘୁଞ୍ଚିଯାଇଥିଲା। ଫଳରେ ଜିଲ୍ଲାର ରାଜନୈତିକ ମହଲରେ ଅନେକ ଆଲୋଚନା ଓ ପଜ୍ୟାଲୋଚନା ଆରମ୍ଭ ହୋଇଥିଲା । ଅନ୍ୟଥର ଭଳି ଏଥର ମଧ୍ୟ ବଳାଙ୍ଗିର୍ ଏମପିଙ୍କ ପାଖଲୋକହିଁ ଏହି ପଦବୀଟି ହାତେଇବେ ବୋଲି ଚର୍ଚ୍ଚା ଜୋର ଧରିଥିଲା ।
ପୂଣି ଜିଲ୍ଲାର ବିଦାୟି ସଭାପତି ଶ୍ରୀଯୁକ୍ତ ପ୍ରମୋଦ ମହାପାତ୍ରଙ୍କ ଉପରେ ପୂଣି ପାତନାଗଡର ଆଶିର୍ବାଦ ରହିବ ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା । ତେବେ ଏମପିଙ୍କ ପାଖଲୋକ ବୋଲେଇ ହେଉବ ଜଣେ ସୁବିଧାବାଦି ଚାଟୁକାର୍ ଓ ଜଣେ ବଚସ୍କର୍ ପୂର୍ବତନ ଜିଲ୍ଲା ସଭାପତିଙ୍କ ନାଁରେ ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ସମସ୍ତ କଳ୍ପନା ଜିଲ୍ସନାର୍ ଅନୁ ହୋଇଥିଲା ଓ ଜଣେ ଅନୁଭବି, ନୀତିବାନ, ସୁସଙ୍ଗଠକ ଓ ସ୍ବୟଂସେବକ ଶ୍ରୀ ବେଣୁଧର ଦାସଙ୍କୁ ସୁବର୍ଣ୍ଣପୁର ଜିଲ୍ଲାର ବିଜେପି ସଭାପତି ଚୟନ କରାଯାଇଛି ।
ତାଙ୍କ ନାଁ ଘୋଷଣା କରିବା ପରେ ଜିଲ୍ଲାର ରାଜନୈତିକ ମହଲରେ ଆନେକ ଆଲୋଚନା ଆରମ୍ଭହୋଇଛି । କିଏ ସେ ଓ କାହିଁକି ତାଙ୍କ ଉପରେ ଆସ୍ଥା ରଖୁଲା ବିଜେପିର ରାଜ୍ୟ ନେତୃବୃନ୍ଦ, ଏଚର୍ଜା ସବୁଆଡେ। କିନ୍ତୁ ଶ୍ରୀ ବେଣୁଧର ଦାସଙ୍କ ସପକ୍ଷରେ ସ୍ଥାନିୟ RSS, ବିବିଧ କ୍ଷେତ୍ର ମୋହର ମାରିଥିଲେ । ପୁଣି ମିଷ୍ଟଭାସି ଶ୍ରୀବେଣୁଧର ଦାସଙ୍କ ବିଜେପିର ମୁଖ୍ୟଧାରାରେ ଥିବା ସମସ୍ତ କର୍ମୀଙ୍କ ମହଲରେ ଯେତିକି ସମ୍ପର୍କ, ଜିଲ୍ଲାର ପୂର୍ବତନ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପ୍ରମୋଦ୍ ମହାପାତ୍ର ଓ ଅନ୍ୟଜଣେ ପ୍ରଭାବଶାଳୀ ନେତା ତଥା ପୂର୍ବତନ ଜିଲ୍ଲା ସଭାପତି ଶ୍ରୀବଳଦେବ ବେଦବାକ ଓ ତାଙ୍କ ସମର୍ଥକମାନଙ୍କର ସହିତ ମଧ୍ୟ ସମ୍ପର୍କ ଖରାପ ନଥୁବାରୁ, ସମସ୍ତଙ୍କୁ କାମରେ ନିୟୋଜିତ କରି ଆସନ୍ତା ଗ୍ରାମ ପଞ୍ଚାୟତ ନିର୍ବାଚନରେ ଦଳକୁ ବିଜୟୀ କରାଈ ପାରିବେ ବୋଲି ଦଳ ବିଶ୍ବାସ ରଖୁବା ଜଣାଜାଏ।
ପୂର୍ବରୁ ବୀରମହାରାଜପୁର ବ୍ଲକ ବିଜେପି ସଭାପତି, ଜିଲ୍ଲା ସାଧାରନ ସମ୍ପାଦକ ଓ ବିଗତ ବିଧାନସଭା ନିର୍ବାଚନରେ ବିଧାୟକ ଶ୍ରୀ ରଘୁନାଥଙ୍କର ଅନ୍ୟନ୍ତ ଘନିଷ୍ଟ ଭୂମିକା ଶ୍ରୀ ଦାସ୍ ନିଭେଇଥିଲେ । କିନ୍ତୁ ସେ ତାଙ୍କର ଚୟନର ଶ୍ରେୟ ଏମପି,ଉପମୁଖ୍ୟମନ୍ତ୍ରୀ ଓ ବୀରମହାରାଜପୁର ବିଧାୟକଙ୍କୁ ଦେଇଥିବାବେଳେ, ସେ ଦଳର ତୃଣମୁଳ କର୍ମକର୍ତ୍ତା ଙ୍କୁ ସାଙ୍ଗେ ନେଇ ଦଳକୁ ବିଜୟଶ୍ରୀ କରେଇବାକୁ ଶପଥ ନେଇଥିବା କଥା ଗଣମାଧ୍ଯରେ କହିଛନ୍ତି ।