ଭୁବନେଶ୍ୱର : ଶୂନ୍ୟକାଳରେ ରାଜ୍ୟର ସୀମା ବିବାଦ ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ନେତା । କହିଲେ କୋଟିଆ ଗ୍ରାମପୁଞ୍ଜ ଏବଂ 21 ଗାଁରେ ଆନ୍ଧ୍ର ହସ୍ତକ୍ଷେପ କରୁଛି । ତାଙ୍କର ଉପ ମୁଖ୍ୟମନ୍ତ୍ରୀ ଆସି ସେ ଅଞ୍ଚଳର ଲୋକଙ୍କୁ ପ୍ରାଲଭିତ କରୁଛନ୍ତି । ଆନ୍ଧ୍ର ପକ୍ଷରୁ ବିଭିନ୍ନ ସହାୟତା ଦିଆଯାଉଛି । ମୁଖ୍ୟମନ୍ତ୍ରୀ କୋଟିଆ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଥିଲେ । ସେ କୁଆଡେ ଗଲା ବୋଲି ପ୍ରଶ୍ନ କଲେ ବିରୋଧୀ ଦଳ ନେତା । ଅନ୍ୟ ରାଜ୍ୟ ସହିତ ବି ଓଡ଼ିଶାର ସୀମା ବିବାଦ ରହିଛି ସରକାର କଣ ପଦକ୍ଷେପ ନେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ନେତା ।