ଆଜି ରାଜ୍ୟ କ୍ୟାବିନେଟ ବୈଠକ, ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମିଳିପାରେ ମଞ୍ଜୁରୀ

0

(ଭୁବନେଶ୍ୱର): ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ। ସନ୍ଧ୍ୟା ୬ଟା ୪୫ରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ତେବେ କରୋନା ମହ।।ମାରୀ ପାଇଁ ପୂର୍ବ ଭଳି ଏହି ବୈଠକ ଭିଡିଓ କନଫରେନ୍ସିଂ ଯୋଗେ ହେବ । ଏଥିରେ ୧୧ଟି ଗୁରୁତ୍ୱପୁର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା କରାଯାଇପାରେ । ହଜାରେ କୋଟି ଟଙ୍କା ବ୍ୟୟ ଅଟକଳରେ ଫୁଲବାଣୀ ଓ କୋରାପୁଟରେ ଗୋଟିଏ ଲେଖାଏଁ ମେଡିକାଲ କଲେଜ ସ୍ଥାପନ ନିମନ୍ତେ ପ୍ରସ୍ତାବ ରହିଛି । ସେହିପରି ବରଗଡ ଜିଲ୍ଲାର ୨ଟି ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟ ଅନୁମୋଦନ କରିବାର ସମ୍ଭାବନା ରହିଛି । ଏହା ବ୍ୟତୀତ କ୍ୟାବିନେଟ ବୈଠକରେ ସ୍ୱାସ୍ଥ୍ୟ, ଜଳସମ୍ପଦ, ପୂର୍ତ୍ତ ଓ ନଗର ଉନ୍ନୟନ ବିଭାଗର କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିପାରେ ବୋଲି ସୂଚନା ମିଳିଛି