(ମମତା ସାମଲ)ରିପୋର୍ଟସଟୁଡେ: ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ ବୈଠକ । ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ ଅଟକଳକୁ ମିଳିବ ଅନୁମୋଦନ ।
ଆସନ୍ତାକାଲି ରାଜ୍ୟ କ୍ୟାବିନେଟ ବୈଠକ ଓ ମନ୍ତ୍ରୀ ପରିଷଦ ବୈଠକ ବସିବ । ଉଭୟ ବୈଠକରେ ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ୧୧ଟା ୪୫ମିନିଟରେ କ୍ୟାବିନେଟ ବୈଠକ ହେବ । ଆସନ୍ତା ଫେବୃଆରୀ ୧୪ରେ ଆରମ୍ଭ ହେବ ବିଧାନସଭା ଅଧିବେଶନ । ୧୮ ତାରିଖରେ ବିଧାନସଭାରେ ୨୦୨୦-୨୧ ଆର୍ଥିକ ବର୍ଷର ରାଜ୍ୟ ବଜେଟ ଉପସ୍ଥାପନ ହେବ । ତେଣୁ ଆସନ୍ତାକାଲି ରାଜ୍ୟ କ୍ୟାବିନେଟ ବୈଠକରେ ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ ଅଟକଳକୁ ଅନୁମୋଦନ ମିଳିବ । ୨୦୨୦-୨୧ ଆର୍ଥିକ ବର୍ଷର ଆର୍ଥିକ ବଜେଟ ଅଟକଳ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ଅନେକ ଅର୍ଥ ବିଶାରଦଙ୍କ ସହ ସାଧାରଣ ଜନତାଙ୍କ ମତାମତକୁ ନେଇ ପ୍ରସ୍ତୁତ କରାଯାଇଛି । ଏହା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହେବ । । ୧୨ଟା ୧୫ରେ ମନ୍ତ୍ରୀ ପରିଷଦ ବୈଠକ ବସିବ ।