(ରିପୋର୍ଟରସ ଟୁଡେ,ଭୁବନେଶ୍ୱର): ରାଜ୍ୟରେ ଆଜି ୩୦ ଜିଲ୍ଳାରୁ ୩୩୭୧ ନୁଆ କରୋନା ଆ୍ରକାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ସୁଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି । ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ନୁତନ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୨୦୫୩ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହିତ ୨୩୧୮ଟି ଲୋକାଲ୍ କେସ୍ ବାହାରିଛନ୍ତି ।
୩୦ ଜିଲ୍ଳାରୁ ୩୩୭୧ ନୁଆ କରୋନା ଆ୍ରକାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ଖୋର୍ଦ୍ଧାରୁ ସର୍ବାଧିକ ୫୪୭ଟି ମାମଲା ରହିଛି । ତାପରେ ରହିଛି କଟକ । ସେଠାରୁ ଆଜି ୩୫୭ ଟି ମାମଲା ଚିହ୍ନଟ ହୋଇଛି । ସୁଚନା ଥାଉ କି ଆଜି କରୋନାରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି ।