ବାଲିଯାତ୍ରା କୁ ଐତିହ୍ୟ ମାନ୍ୟତା ଦେବାକୁ ପ୍ରକ୍ରିୟା ଆରମ୍ଭ କଲେ ରାଜ୍ୟ ସରକାର । ବାଲିଯାତ୍ରା ସମ୍ବନ୍ଧରେ ଯଥେଷ୍ଟ ଜ୍ଞାନ ଥିବା ବିଶେଷଜ୍ଞ ଙ୍କୁ ନେଇ କମିଟି ଗଠନ ପାଇଁ ପଦକ୍ଷେପ। ୟୁନିସ୍କୋର ପ୍ରକ୍ରିୟା ଅନୁଯାୟୀ ନୌବାଣିଜ୍ୟ ଇତିହାସ ଓ ବାଲିଯାତ୍ରା ଉପରେ ଦସ୍ତାବିଜ ତଥା ପ୍ରାମାଣିକ ତଥ୍ୟ ସଂଗ୍ରହ କରୁଛନ୍ତି ରାଜ୍ୟ ସରକାର। କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ଅନୁମୋଦିତ ପ୍ରଣାଳୀ ଅନୁଯାୟୀ ପ୍ରାମାଣିକ ଚିତ୍ର ପ୍ରସ୍ତୁତ କରି ୟୁନିସ୍କୋ ରେ ଉପସ୍ଥାପନ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ।