ଟ୍ରାଫିକ ସମସ୍ୟା ଦୂର ପାଇଁଅଧିକ ଟ୍ରାଫିକ ପୋଲିସ ନିଯୁକ୍ତି କରିବେ ରାଜ୍ୟ ସରକାର

0

ଭୁବନେଶ୍ୱର: ଆଜି ଜାତୀୟ ସଡକ ସୁରକ୍ଷା ଅଭିଯାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ଲୋୟର ପିଏମଜିରୁ ରାମ ମନ୍ଦିର ଯାଏ ସଚେତନତା ପଦଯାତ୍ରା ଆରମ୍ଭ ହୋଇଛି । ଓଡିଶା ଯାତ୍ରୀ ଆପର ମଧ୍ୟ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଟ୍ରାଫିକ ସମସ୍ୟା ଦୂର ପାଇଁଅଧିକ ଟ୍ରାଫିକ ପୋଲିସ ନିଯୁକ୍ତି କରିବେ ରାଜ୍ୟ ସରକାର ।
୨ ହଜାରରୁ ଅଧିକ ଟ୍ରାଫିକ ପୋଲିସ ନିଯୁକ୍ତି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଚଳିତ ବର୍ଷ ୫୦୦ ଜଣ ନିଯୁକ୍ତି କରିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଟ୍ରାଫିକ ନୟମ ପାଳନ ସହ ସୁରକ୍ଷିତ ଭାବେ ଗଡି ଚଳାଇବାକୁ ବାର୍ତ୍ତା ଦିଆଯାଇଛି ।