ମହିଳା ନିବେଶକଙ୍କ ପାଇଁ ଇଣ୍ଡଷ୍ଟ୍ରିଆଲ ପାର୍କ କରିବେ ରାଜ୍ୟ ସରକାର

0

ଭୁବନେଶ୍ୱର: ଦିତୀୟ ଦିନରେ ମେକ ଇନ ଓଡିଶା କନକ୍ଲେଭ-୨୦୨୫ । ଏହି ଅବସରରେ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ରାଜ୍ୟରେ ମହିଳା ନିବେଶକଙ୍କ ପାଇଁ ଇଣ୍ଡଷ୍ଟ୍ରିଆଲ ପାର୍କ କରିବେ ରାଜ୍ୟ ସରକାର । ଏହାସହ ଇପିକଲ ମହିଳା ନିବେଣକଙ୍କ ପାଇଁ ସ୍ୱତନ୍ତ୍ର ସେଲ ଖୋଲିବ । ଆଜି ଉତ୍କର୍ଷ ଓଡିଶା କନକ୍ଲେଭରେ ମହିଳା ନିବେଣକଙ୍କ ସହ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।

ରାଜ୍ୟ ତଥା ଦେଶର ସଫଳ ମହିଳା ବ୍ୟବସାୟୀଙ୍କ ସହ କଥା ହୋଇଛନ୍ତି । ଏଥିରେ ରୁଚି ଫୁଡ ଲାଇନ , ମିଲ୍କ ମନ୍ତ୍ର, ଲୁମିନଓ ପାୱାର, ଇନଡଲ୍ଜ ପ୍ରାଇଭେଟ ଲିମିଟେଡ ଭଳି ଓଡିଶା ଆଧାରିତ କମ୍ପାନୀର ମୁଖ୍ୟମାନେ ଯୋଗଦେଇଥିଲେ ।