କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି, ଛାତ୍ରଛାତ୍ରୀଙ୍କ ଅରିଜିନାଲ ସାର୍ଟିଫିକେଟ ରଖି୍ ପାରିବେନି କଲେଜ କର୍ତ୍ତୃପକ୍ଷ

0

(ସଂଜୁକ୍ତା ବେହେରା): ଏଣିକି ନାମଲେଖା ସମୟରେ କଲେଜ କୌଣସି ଛାତ୍ରଛାତ୍ରୀଙ୍କ ଅରିଜିନାଲ ସାର୍ଟିଫିକେଟକୁ ରଖି ପାରିବ ନାହିଁ । ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ନିକଟରେ ଏଭଳି ଅନେକ ମାମଲା ଆସିବା ପରେ ଏହି ନିଷ୍ପତି ନିଆଯାଇଛି । ଏହାସହ ନିୟମ ମୁତାବକ ଆଡମିଶନ ରଦ୍ଦ କରିବା ପରେ ଯଦି କଲେଜ ଫିସ ନଫେରାନ୍ତି ତେବେ ଏନେଇ ଜରିମାନା ବି ହୋଇପାରେ ।

ମାନବ ବିକାଶ ମନ୍ତ୍ରାଳୟର ମନ୍ତ୍ରୀ ପ୍ରକାଶ ଜାଭେଦକରଙ୍କ କହିବା ଅନୁସାରେ, ୟୁଜିସି ନିୟମ ବନାଇଛି କି କୌଣସି ବି ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କ୍ ସେଲଫେ ଆେଗେ୍ଧଟ ସାର୍ଟିଫିକେଟ ହିଁ ନେବ । କଲେଜ କେବଳ ଅଜ୍ରିନାଲ ଡକ୍ୟୁମେଣ୍ଟ ଦେଖି ଭେରିଫିକେସନ କରିପାରିବ । ଭେରିଫାଏ ପରେ ଅରିଜିନାଲ ଡକ୍ୟୁମେଣ୍ଟ ଛାତ୍ରଛାତ୍ରୀଙ୍କୁ ଫେରାଇଦେବ । ଜାଭେଡକର ଏହାମଧ୍ୟ କହିଛନ୍ତି ଛାତ୍ରଛାତ୍ରୀଙ୍କୁ ଗୋଟିଏ କଲେଜରୁ ଆଡମିଶନ ବାତିଲ କରି ଯଦି ଅନ୍ୟ ସ୍ଥାନରେ ଆଡମିଶନ ନେବାକୁ ହୁଏ ତେବେ ପ୍ରଥମେ କଲେଜ ଟଙ୍କା ଫେରସ୍ଥ କରୁନଥିଲା କିନ୍ତୁ ଏବେ ଏହାକୁ ନେଇ ବି ନିୟମ କରାଯାଇଛି । ଯଦି ଆଡମିଶନ ହେବାର ୧୬ ଦିନ ମଧ୍ୟରେ କୌଣସି ଛାତ୍ରଛାତ୍ରୀ ତାହାକୁ ବାତିଲ କରୁଛନ୍ତି ତେବେ ୧୦୦ ପ୍ରତିଶତ ଫିସ କଲେଜକୁ ଫେରାଇବାକୁ ହେବ । ସେହିପରି ୧୫ ଦିନ ମଧ୍ୟରେ ଜଣାଇଲେ ୯୦ ପ୍ରତିଶତ ଫେରସ୍ତ ମିଳିବ ।