ଭୁବନେଶ୍ୱର: ରାଜ୍ୟ ରାଜନୀତିକୁ ଦୋହଲାଇ ଦେଇଛି ନବ କିଶୋର ଦାସଙ୍କୁ ଗୁଳିମାଡ଼ ଘଟଣା । ତଦନ୍ତ ପ୍ରକ୍ରିୟାର ତଦାରଖ ପାଇଁ ହାଇକୋର୍ଟଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର ।ଗୃହ ବିଭାଗ ହାଇକୋର୍ଟ ରେଡିଷ୍ଟ୍ରାରଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ଯେ, ତଦନ୍ତର ତଦାରଖ ଦାୟିତ୍ବ ଜଣେ କାର୍ଯ୍ୟରତ ବିଚାରପତି କିମ୍ବା ଜଣେ ଅବରସରପ୍ରାପ୍ତ ବିଚାରପତି ଅବା ଜଣେ ଜିଲ୍ଲା ଜଜଙ୍କୁ ପ୍ରଦାନ କରାଯାଉ।ସୂଚନାନୁସାରେ ଗତକାଲି ନବଦାସଙ୍କୁ ଏଏସଆଇ ଗୋପାଳକୃଷ୍ଣ ଗୁଳିମାରି ହତ୍ୟା କରିବା ପରେ ସାରା ଓଡିଶା ସ୍ତବ୍ଦ ହୋଇଛି | ଏଣୁ ତଦନ୍ତରେ ସର୍ବୋଚ୍ଚ ସ୍ବଚ୍ଛତା ଓ ପ୍ରତିବଦ୍ଧତା ଆବଶ୍ୟକ । ରାଜ୍ୟ ସରକାର ସେଥିପାଇଁ ହାଇକୋର୍ଟଙ୍କୁ ଏଭଳି ଅନୁରୋଧ କରିଛନ୍ତି ।ତଦନ୍ତର ତଦାରଖ ଦାୟୀତ୍ବ ଜଣେ କାର୍ଯ୍ୟରତ ବିଚାରପତି କିମ୍ବା ଜଣେ ଅବରସରପ୍ରାପ୍ତ ବିଚାରପତି ଅବା ଜଣେ ଜିଲ୍ଲା ଜଜଙ୍କୁ ତଦନ୍ତର ତଦାରଖ ଦାୟିତ୍ବ ପ୍ରଦାନ କରାଯାଉ ।