(ରିପୋର୍ଟସ ଟୁଡ଼େ)ଭୁବନେଶ୍ବର: ଉତ୍କଳ କରାଟେ ସ୍କୁଲରେ ଆୟୋଜିତ ୩୧ତମ ରାଜ୍ୟ କନିଷ୍ଠ, କ୍ୟାଡେଟ ଓ ୨୧ ବର୍ଷରୁ କମ କରାଟେ ପ୍ରତିଯୋଗିତା ଉଦଯାପିତ ହୋଇଛି। ଦଳଗତ ପୁରୁଷ ରେ ଅନୁଗୁଳକୁ ସ୍ବର୍ଣ୍ଣ, ଖୋର୍ଧା ରୌପ୍ୟ, ଗଂଜାମ ଓ ବାଲେଶ୍ବର ଦଳ କାଂସ୍ୟ ପଦକ ଜିତିଥିଲେ। ବାଳିକା ରେ ଭୁବନେଶ୍ବର ସ୍ବର୍ଣ୍ଣା, ଖୋର୍ଧା ଏ’ ଓ ବି’ ଦଳ ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ପାଇଥିଲେ। ସେହିଭଳି ବିଭିନ୍ନ ବ୍ୟକ୍ତିଗତ ବର୍ଗରେ ଖେଳାଳି ସ୍ବର୍ଣ୍ଣ ପଦକ ପାଇଛନ୍ତି । ଉଦଯାପନୀ ଉତ୍ସବରେ ଅତିଥି ଭାବେ ରୁଚି ଫୁଡ୍ଲାଇନ୍ ନିର୍ଦେଶକ ରଶ୍ମୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂଜୟ ଦାସ, ପ୍ରଦୀପ କୁମାର ସରକାର, ଏସ୍ଆର୍ ସାସମଲ, ରବି ଖୁଣ୍ଟିଆ, ସେନ୍ସାଇ ଜୟଦେବ ପଟ୍ଟନାୟକ, ସେନସାଇ ଖାରବେଳ ମଲ୍ଲିକ, ଗୌରୀ ମହାନ୍ତି, ସମ୍ପାଦକ ହରିପ୍ରସାଦ ପଟ୍ଟନାୟକ ଉପସ୍ଥିତ ଥିଲେ।