VLTD ଓ ପାନିକ ବଟନ୍ ବାଧ୍ୟତାମୂଳକ ନେଇ ପବ୍ଲିକ ନୋଟିସ ଜାରି କଲା ରାଜ୍ୟ ପରିବହନ ପ୍ରାଧିକରଣ STA

0

ଭୁବନେଶ୍ୱର : ଭେଇକିଲ ଲୋକେସନ ଟ୍ରାକିଂ ଡିଭାଇସ ବା VLTD ଓ ପାନିକ ବଟନ୍ ବାଧ୍ୟତାମୂଳକ ନେଇ ପବ୍ଲିକ ନୋଟିସ ଜାରି କଲା ରାଜ୍ୟ ପରିବହନ ପ୍ରାଧିକରଣ- STA | ଦୁଇ ଚକିଆ, ରିକ୍ସା ଓ ତିନି ଚକିଆକୁ ଛାଡ଼ି ସମସ୍ତ ଯାତ୍ରୀ ପରିବହନକାରୀ ଯାନ, ନେସନାଲ ପରମିଟ ଥିବା ମାଲବାହୀ ଗାଡ଼ି, ଆମ୍ବୁଲାନ୍ସ ଓ କ୍ଷତିକାରକ ତଥା ବିସ୍ଫୋରକ ସାମଗ୍ରୀ ପରିବହନ କରୁଥିବା ଗାଡ଼ି ପାଇଁ ଲାଗୁ ହେବ ଏହି ନିୟମ |

ଅକ୍ଟୋବର ପହିଲାରୁ ପଂଜୀକରଣ ହେବାକୁ ଥିବା ଏ ସବୁ ବର୍ଗର ନୂଆ ଗାଡ଼ିରେ ପଂଜୀକରଣ ସମୟରେ ହିଁ ଲାଗିବ VLTD ଓ ପାନିକ ବଟନ୍ | ନୂଆ ବର୍ଷରୁ ଅର୍ଥାତ୍ ୨୦୨୪ ଜାନୁଆରୀ ପହିଲାରୁ ଏସବୁ ବର୍ଗର ସମସ୍ତ ପୁରୁଣା ଗାଡ଼ି ପାଇଁ ବାଧ୍ୟତାମୂଳକ ହେବ VLTD ଓ ପାନିକ ବଟନ୍ | ଏଣୁ ଚଳିତ ବର୍ଷ ଡିସେମ୍ବର ୩୧ ସୁଦ୍ଧା ରାଜ୍ୟରେ ଥିବା ଏସବୁ ବର୍ଗର ପୁରୁଣା ଗାଡ଼ି ରେ VLTD ଓ ପାନିକ ବଟନ୍ ଲଗାଇବାକୁ ପରାମର୍ଶ ଦେଇଛି STA | ନଚେତ୍ ଆଗକୁ ଏଭଳି ଗାଡ଼ିର ମାଲିକମାନେ ଫିଟନେସ ସାର୍ଟିଫିକେଟ, ମାଲିକାନସ୍ଵତ୍ଵ ପରିବର୍ତ୍ତନ, ପରମିଟ ପାଇବେ ନାହିଁ ବୋଲି କଡ଼ା ଚେତାବନୀ ଦେଇଛି STA |

13461_Public Notice