ଆଗାମୀ ୧୨ରୁ ରାଜ୍ୟ ବ୍ୟାପୀ ବସ ଧର୍ମଘଟ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ରଥ ଯାତ୍ରା ସମୟରେ ପୁରୀରେ ବସରେ ନାବାଳିକାକୁ ଦୁଷ୍କର୍ମ ମାମଲାରେ ରାଜ୍ୟ ସରକାର ଉକ୍ତ ବସର ପରମିଟ୍ ରଦ୍ଦ କରିଥିଲା। ରାଜ୍ୟ ଘରୋଇ ବସ୍ ମାଲିକ ସଙ୍ଘ ସରକାରର ଏହି ପଦକ୍ଷେପକୁ ବିରୋଧ କରି ତୁରନ୍ତ ପରମିଟ୍ ରଦ୍ଦ ପ୍ରତ୍ୟାହାର ନକଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି । ଆସନ୍ତା ଅଗଷ୍ଟ ୧୨ ତାରିଖରୁ ରାଜ୍ୟବାପୀ ବସ୍ ଧର୍ମଘଟ କରିବାକୁ ସଂଘ ସୂଚନା ଦେଇଛି।
ପୁରୀରେ ବସ୍ ଭିତରେ ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲାରେ ସଂପୃକ୍ତ ବସର ରୁଟ୍ ପରମିଟ୍ ବାତିଲ ହୋଇଥିଲା। ବସର ପରମିଟ୍ କାହିଁକି ସ୍ଥାୟୀ ରୂପେ ବାତିଲ କରାନଯିବ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କେବଳ ଏତିକି ନୁହେଁ ବସର ଡ୍ରାଇଭର ଓ କଣ୍ଡକ୍ଟରଙ୍କ ଲାଇସେନ୍ସ ବାତିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏବେ ଘରୋଇ ବସ୍ ମାଲିକ ସଂଘ ଏହାକୁ ବିରୋଧ କରିଛନ୍ତି। ତୁରନ୍ତ ବସର ପରମିଟ୍ ରଦ୍ଦ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ନହେଲେ ୧୨ରୁ ବସ୍ ଧର୍ମଘଟ କରିବାକୁ ଚେତାବନୀ ଦେଇଛି ସଂଘ। ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ ଶନିବାର ଏହି ସୂଚନା ଦେଇଛନ୍ତି।