ଅନ୍ତଦ୍ୱୟ ଗୃହ ଯୋଜନା ରେ ପକ୍କା ଘର ଯୋଗାଇବେ ସରକାର ଜ୍ଝ ପାକୃତିକ ଓ ମନୁଷ୍ୟକୃତ କ୍ଷତି, ସରକାରୀ ପ୍ରକଳ୍ପ ଦ୍ୱାରା ବିସ୍ଥାପିତ, ଜଙ୍ଗଲ ଅଧିକାର ଆଇନ ହିତାଧିକାରୀ ପରିବାର ଏବଂ ପ୍ରଚଳିତ ଗୃହ ନିର୍ମାଣ ଯୋଜନାରେ ଉପକୃତ ହୋଇ ନଥିବା ଯୋଗ୍ୟ ପରିବାର ଲୋକ ଙ୍କୁ ମିଳିବପକ୍କା ଘର । ପ୍ରଧାନମନ୍ତ୍ରୀ ଆବାସ ଘର ଭଳି ୧ଲକ୍ଷ ୨୦ ହଜାର ଟଙ୍କା ମିଲିବ । ୨ ଲକ୍ଷ ୫୦ ହଜାର ଘର ତିଆରି କରିବେ ସରକାର । ୪ ମାସ ଭିତରେ ଘର ସମାପ୍ତ ହେଲେ ୨୦ ହଜାର ୬ ମାସ ରେ ସରିଲେ ୧୦ ହଜାର ମିଳିବ ଜ୍ଝପକ୍କା ଘର ପାଇଁ ସଂଜ୍ଞା କୁ ସରଳି କରଣ କରାଯିବ। ଆଜବେଷ୍ଟ, ଟିଣ ଓ ଟାଇଲ ଛାତ ଘର କୁ କଛାଘର ଘର ମାନ୍ୟତା ମିଳିବ । ୭ ହଜାର ୫୫୦ କୋଟି ବ୍ୟୟ ବରାଦ।
କ୍ରୀଡା ଓ ଯୁବ ସେବା ବିଭାଗ ତରଫ ରୁ ଯେଉଁ ପିଲା ମାନେ ଭଲ ପଦର୍ଶନ କରନ୍ତି ତାଙ୍କୁ ତୃଣ ମୂଳ ସ୍ତରରେ କ୍ରୀଡା ଭିତ୍ତି ଭୂମି ବିକାଶ ପାଇଁ ୩୧୪ ବ୍ଲକ ରେ ବ୍ଲକ ସ୍ତରୀୟ ଷ୍ଟାଡିୟମ ନିର୍ମାଣ ହେବ । ବ୍ଲକ ହେଡ଼ କ୍ଵାଟର କିମ୍ବା ୫ କିମି ଭିତରେ ହେବ ଷ୍ଟାଡିୟମ । ୧୨ ଏକର ରୁ ୧୫ ଏକର ସରକାରୀ ଜମି କିମ୍ବା ଆବଶ୍ୟକ ହେଲେ ପ୍ରାଇଭେଟ ଜମିକୁ ନେବେ ସରକାର । ଇଣ୍ଡୋର ହଲ ବ୍ୟବସ୍ଥା ହକି, କ୍ରିକେଟ, ଫୁଟବଲ ଖେଳ ହେବ । ୪ ହଜାର ୧୨୪ କୋଟି ଟଙ୍କା ବ୍ୟୟ ବରାଦ। ୫ ବର୍ଷ ରେ ସରିବ କାମ ।
ଏକିକୃତ ପେନସନ ଯୋଜନା କୁ ସରକାରୀ କର୍ମଚାରୀ ଙ୍କ ପାଇଁ କାର୍ୟ୍ୟକାରୀ ଏପ୍ରିଲ ୨୦୨୫ । NPS ରେ ଯୋଗ୍ୟ ଥିବେ ଲାଗୁ ହେବ ପେନସନ । ୨୫ ବର୍ଷ ର ସର୍ବନିମ୍ନ ଯୋଗ୍ୟତା ପାଇଁ ଅବସର ପୂର୍ବରୁ ୧୨ ମାସରେ ମିଳିଥିବା ହାରାହାରି ମୂଳ ଦରମା ୫୦ ପ୍ରତିଶତ ହାର ରେ ମିଳିବ । ୧୦ ବର୍ଷ ରୁ ୨୫ ବର୍ଷ ଚାକିରୀ ଥିଲେ ସେହିଁ ହିସାବ ରେ ମିଳିବ ପେନସନ । ମୃତ୍ୟୁ ପୂର୍ବରୁ କର୍ମଚାରୀ ପାଉଥିବା ପେନସନ ର ୬୦ ପ୍ରତିଶତ ଦର ରେ ପାରିବାରିକ ପେନସନ ମିଳିବ । NPS ଅଧୀନ ରେ ୩ ଲକ୍ଷ ୩୩ ହଜାର କର୍ମଚାରୀ ନିଜେ ନିଷ୍ପତ୍ତି ନେବେ NPS ଅଧୀନ ରେ ରହିବା ପାଇଁ ଜଳ ସମ୍ପଦ ବିଭାଗ ବଡ଼ ବଡ଼ ଡ୍ୟାମ ର ପୁନଃ ଵ୍ୟାସ ଓ ଉନ୍ନତି ପାଇଁ ୧ ହଜାର ୬୬ କୋଟି ୩୮ ଲକ୍ଷ ଟଙ୍କା ର ଆନୁମାନିକ ମୂଲ୍ୟ ରେ ଆଗାମୀ ୬ ବର୍ଷ ମଧ୍ୟ ରେ ବିଶ୍ୱ ବ୍ୟାଙ୍କ ସହାୟତା ରେ କାର୍ୟ୍ୟକାରୀ କରିବେ । ହୀରାକୁଦ ପାଇଁ ୩ ଟି ପ୍ରକଳ୍ପ କାର୍ୟ୍ୟକାରି ହେବ। ଆଇନ ବିଭାଗ ରେ ନିଯୁକ୍ତି ପାଇଁ ୨୦୦୮ ନିୟମ ସଂଶୋଧନ।
୪ ଟି ବଡ଼ ନଦୀ ରେ ହେବ ବ୍ରିଜ । ଭଦ୍ରକ ଚାନ୍ଦବାଲି ବୈତରଣୀ ନଦୀ ରେ ସେତୁ, ଆଳି ଓ ଚାନ୍ଦବାଲି ରାସ୍ତାରେ ସେତୁ,କଟକ ଚାନ୍ଦବାଲି ରାସ୍ତାର ଭାରିଗଡ଼ା ଥରେ ସେତୁ ଜ୍ଝ ଝାରସୁଗୁଡା ଓ ବରଗଡ ମହାନଦୀ ଉପରେ ସେତୁ । ଭଦ୍ରକ-ଚାନ୍ଦବାଲି ରାସ୍ତାରେ ବୈତରଣୀ ନଦୀ ଉପରେ ପୁରୁଣା ସେତୁ ନିକଟରେ କେନ୍ଦ୍ରପଡା ଓ ଚାନ୍ଦବାଲିକୁ ସଂଯୋଗ କରିବାପାଇଁ ସେତୁ ନିର୍ମାଣ ହେବ ଏଥିପାଇଁ ୨୦୬ କୋଟି ୮୮ ଲକ୍ଷ। କଟକ-ଚାନ୍ଦବାଲି ରାସ୍ତାରେ ବ୍ରାହ୍ମଣୀ ନଦୀ ଉପରେ ପୁରୁଣା ସେତୁ ନିକଟରେ ଦ୍ଵିତୀୟ ସେତୁ ନିର୍ମାଣ ହେବ । ଏଥିପାଇଁ ୨୨୮ କୋଟି ୯୯ ଲକ୍ଷ କଟକ ଚାନ୍ଦବାଲି ରାସ୍ତାର ଭାରିଗଡା ଠାରେ ଖରସ୍ରୋତା ନଦୀ ଉପରେ ପୁରୁଣା ସେତୁ ନିକଟରେ ଆଳି ଓ ଚାନ୍ଦବାଲିକୁ ସଂଯୋଗ କରିବାପାଇଁ ସେତୁ ନିର୍ମାଣ ହେବ । ଏଥିପାଇଁ ୨୨୧ କୋଟି ୫୩ ଲକ୍ଷ ବ୍ୟୟ ବରାଦ ।