ନୂଆଦିଲ୍ଲୀ : ସାରା ଦେଶ ପାଳୁଛି ଜନଜାତି ଗୌରବ ଦିବସ । ଆଦିବାସୀଙ୍କ ଭଗବାନ ତଥା ମହାନ ଜାତୀୟତାବାଦୀ ସଂଗ୍ରାମୀ ବିର୍ସାମୁଣ୍ଡଙ୍କ ଆଜି ୧୫୦ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ଦିଲ୍ଲୀ ବାନସେରା ପାର୍କରେ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ କରାଯାଇଛି । ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ପ୍ରତିମୂର୍ତ୍ତି ପ୍ରାୟ ୨୦ ଫୁଟ ଉଚ୍ଚ ଓ ୩ ହଜାର କିଲୋ ଓଜନ ର ହୋଇଥିବା କୁହାଯାଉଛି । ଏହି କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୌଜୟନ୍ତ ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ ।