(ହିଂଜିଳି କାଟୁ / ରଜନୀ କାନ୍ତ ପାତ୍ର) : ଖାଦ୍ୟ ଶସ୍ୟରେ ମା କନ୍ଧୁଣୀ ଦେବୀଙ୍କ ପ୍ରତିମୂର୍ତ୍ତି ପ୍ରସ୍ତୁତ କରିଛନ୍ତି ବ୍ରହ୍ମପୁରର ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା। ସୋରଡ଼ା ତଥା ଗଞ୍ଜାମର ପ୍ରସିଦ୍ଧ କଣ୍ଟା ପୀଡ଼ା ଯାତ୍ରା ଅବସରରେ ବିଭିନ୍ନ ଖାଦ୍ୟ ଶସ୍ୟରେ ମା କନ୍ଧୁଣୀଙ୍କ ଅବିକଳ ପ୍ରତିମା ନିର୍ମାଣ କରିଛନ୍ତି ।। ମୂର୍ତ୍ତି ଟି ଅତି ଆକର୍ଷଣ ହୋଇଛି ।ଚଳିତ ବର୍ଷ ମା କନ୍ଧୁଣୀଙ୍କ ଯାତ୍ରା କୋରୋନା ପାଇଁ ଫିକା ପଡ଼ିଛି । ବିରି, ଚାଉଳ, ଡାଲି,ମୁଗ, ମସୁରି ଡାଲି, କୋଳଥ, ସାଗୁ, ଚଣା ଡାଲି, ବିଭିନ୍ନ ଶସ୍ୟ ପଦାର୍ଥରେ ପ୍ରସ୍ତୁତ କରିଛନ୍ତି । ୯ ପ୍ରକାର ଖାଦ୍ୟ ଶସ୍ୟରେ ଏହି ମୂର୍ତ୍ତି ପ୍ରସ୍ତୁତ ହୋଇଛି । ଏହି ଖାଦ୍ୟ ଶସ୍ୟ ଗୁଡ଼ିକ ହେଲା ବିରି, ଚାଉଳ, ଡାଲି, ମୁଗ, ମସୁରି ଡାଲି, କୋଳଥ, ସାଗୁ, ଚଣା ଡାଲି ଏଥିରେ ପ୍ରାୟ ୩୦୦ ଗ୍ରାମ ଖାଦ୍ୟ ଶସ୍ୟ ଲାଗିଛି। ଏହାକୁ ପ୍ରସ୍ତୁତ କରିବାକୁ ୩ ଘଣ୍ଟା ସମୟ ଲାଗିଥିବା କହିଛନ୍ତି ସତ୍ୟ। ଏହାର ଉଚ୍ଚତା ୧୨ ଇଞ୍ଚ୍ ଓ ଓସାର ୧୦ ଇଞ୍ଚ୍ । ୨୦୦୮ ମସିହାରୁ ସେ ବାଲୁକା କଳା ଆରମ୍ଭ କରିଛନ୍ତି। ଜାତୀୟ ଓ ଅନ୍ତରର୍ଜାତୀୟ ସ୍ତରରେ ଅନେକ ପୁରସ୍କାର ପାଇଛନ୍ତି । ଏ ଯାବତ ସେ ୧୫ରୁ ଉର୍ଦ୍ଧ୍ବ ବିଶ୍ଵ ରେକର୍ଡ କରିଛନ୍ତି। ତାଙ୍କ ନାମରେ ୩୫ ରୁ ଉର୍ଦ୍ଧ୍ବ ରେକର୍ଡ଼ ରହିଛି। ବିଭିନ୍ନ ସମୟରେ ବାଲୁକା କଳା ମାଧ୍ୟମରେ ଜନ ସଚେତନ କରଛନ୍ତି। ବଡ଼ଭାଇ ସଞ୍ଜୟ କୁମାର ମହାରଣାଙ୍କ ଠାରୁ ପ୍ରେରଣା ପାଇ ଏ ସବୁ କଳା କୃତି କରି ପାରିଥିବା ସତ୍ୟ କହିଛନ୍ତି ।