(ଶିଳାସ୍ମିତା ରାୟ) ଭୁବନେଶ୍ୱର: ନ୍ୟାସନାଲ ମେଡିକାଲ କମିଶନ(ଏନଏମସି)ବିଲକୁ ନେଇ ଏମ୍ସର ରେସିଡେଣ୍ଟ ଡାକ୍ତରଙ୍କ ହରତାଳ ବିରୋଧରେ ରେଜିଷ୍ଟ୍ରାର କଠୋର ପଦକ୍ଷେପ ନେବାକୁ ଯାଉଛି । ଏହାକୁ ନେଇ ଏକ ବିଜ୍ଞପ୍ତି ଏମ୍ସ ଦିଲ୍ଲୀ ରେଜିଷ୍ଟ୍ରାର ପକ୍ଷରୁ ଜାରି ହୋଇଛି, ଯେଉଁଥିରେ ହରତାଳରେ ସାମିଲଥିବା ଡାକ୍ତର କାମରେ ଯୋଗ ନ ଦେଲେ କାର୍ଯ୍ୟାନୁଷ୍ଠାନ ହେବ ।
ରେସିଡେଣ୍ଟ ଡାକ୍ତର ଆସୋସିଏସନ(ଆରଡିଏ) ଓ ଷ୍ଟୁଡେଣ୍ଟ ୟୁନିୟନ କାମରେ ବାଧା ଦେଉଛନ୍ତି। ଏହା ଦିଲ୍ଲୀ ହାଇକୋର୍ଟ ଦ୍ଵାରା ଜାରି ନିର୍ଦ୍ଦେଶର ଉଲ୍ଲଂଘନ କରୁଛି। ରେଜିଷ୍ଟ୍ରାର ଏହି ସମ୍ବନ୍ଧରେ ଜବାବ ମଧ୍ୟ ମାଗିଛନ୍ତି। ଆରଡିଏ ଓ ଷ୍ଟୁଡେଣ୍ଟ ୟୁନିୟନଙ୍କୁ ଶୀଘ୍ର ଏହା ଉପରେ ଉତ୍ତର ଦେବାକୁ ପଡ଼ିବ ଏବଂ କାମକୁ ଫେରିବାକୁ ପଡ଼ିବ, ନଚେତ୍ ସେମାନଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ । ଏପରିକି ନିଲମ୍ବନ/ବହିଷ୍କାର/ହୋଷ୍ଟେଲରୁ ବାହାର କରାଯାଇପାରେ ।