ଧର୍ମଶାଳାରୁ କାଶ୍ମୀର ଆତଙ୍କୀକୁ ଧରିଲା STF

0

ଭୁବନେଶ୍ୱର: ଓଡିଶାରେ କାଶ୍ମୀର ଆତଙ୍କୀ । ଏବେ କ୍ରାଇମବ୍ରାଞ୍ଚ STF କବ୍ଜାରେ କାଶ୍ମୀରର ସନ୍ଦୀଗ୍ଧ ଆତଙ୍କୀ । ଯାଜପୁର ଧର୍ମଶାଳାରୁ ସୟଦ ଇଶାନ ବୁଖାରୀକୁ ଗିରଫ କଲା STF। ଠକେଇ ଓ ଦେଶ ବିରୋଧୀ ତତ୍ତ୍ୱ ସହ ଲିଙ୍କ୍ ଅଭିଯୋଗରେ ଗିରଫ କରାଯାଇଛି । ଅଭିଯୁକ୍ତ ଠାରୁ ୧୦୦ରୁ ଉଦ୍ଧ୍ୱର୍ ଡକ୍ୟୁମେଣ୍ଟ ଜବତ କରିଛି STF । ଡାକ୍ତର ଓ ସେନା ଡାକ୍ତର ପରିଚୟ ଦେଉଥିଲା ସନ୍ଦୀଗ୍ଧ ଆତଙ୍କୀ । ପରେ ନିଜକୁ PMO ଅଧିକାରୀ,NIA ଅଧିକାରୀଙ୍କ ନିକଟତମ କହୁଥିଲେ । ଜବତ ଜାଲ କାଗଜ ପତ୍ର ଆମେରିକା , କାନାଡା ଭେଲୋରର ବୋଲି ଜଣାପଡିଛି । ଅଭିଯୁକ୍ତ ବୁଖାରୀ ୬/୭ ଯୁବତୀଙ୍କୁ ବିବାହ କରିଥିବା ସୂଚନା ରହିଛି । ସେ କାଶ୍ମୀର, ୟୁପି, ମହାରାଷ୍ଟ୍ର ଓ ଓଡିଶାର ଯୁବତୀଙ୍କୁ ବାହା ହୋଇଥିବା କୁହାଯାଉଛି । ଏହା ସହିତ ବିଭିନ୍ନ ୱେବସାଇଟ୍ ଓ ଆପରେ ମଧ୍ୟ ଯୁବତୀଙ୍କ ସହ ସଂପର୍କ ରଖିଥବା ସୂଚନା ମିଳୁଛି । ତାର କେରଳର କିଛି ସନ୍ଦୀଗ୍ଧ ଓ ପାକିସ୍ତାନୀଙ୍କ ସହ ବି ଯୋଗାଯୋଗରେ ଥିବା କୁହାଯାଉଛି । ଠକେଇ ମାମଲାରେ କାଶ୍ମୀର ପୋଲିସର ୱାଣ୍ଟେଡ ତାଲିକାରେ ତା ନାମ ଥିବା ମଧ୍ୟ କୁହାଯାଉଛି ।