(ଆଦର୍ଶ ରାଉତ) : ଦୁର୍ଦ୍ଦାନ୍ତ ଅପରାଧି ମାଧବ ଖୁଣ୍ଟିଆକୁ ୫ ଦିନିଆ ରିମାଣ୍ଡରେ ଆଣିଛି ଏସଟିଏଫ । ତଦନ୍ତ ବେଳେ ଜଣା ପଡିଥିଲା କି ମାଧବ ନାମରେ ରହିଛି ୧୩୭ ଟି କେସ । ୧୬ ବର୍ଷ ବୟଷରୁ ଅପରାଧ ଦୂନିଆରେ ପାଦ ଦେଇଥିବା ମାଧବ ଆଜିକୁ ୩୫ ବର୍ଷ ହେବ ନୂଆ ନୂଆ ଉପାୟରେ ଅପରାଧ କରିଚାଲିଛି । ତାକୁ ୨୦୦୬ ମସିହାରେ ମଧ୍ୟ ଏନକାଉଣ୍ଟର କାରାଯାଇଥିଲା । ସବୁ ଗ୍ୟାଙ୍ଗଷ୍ଟାର ସହ ମାଧବର ଭଲ ସମ୍ପର୍କ, କୋଉ ଗ୍ୟଙ୍ଗର ଯଦି କିଛି କାର୍ଯ୍ୟ ଆବଶ୍ୟକ ହୁଏ ତାହାଲେ ମନେପଡେ ମାଧବର କଥା କାରଣ ତା ପାଖରେ ଥାଏ ସାର୍ପ ସୁଟର ଓ ହାର୍ଡକୋର କ୍ରିମିନାଲ । ଯେଉଁମାନଙ୍କୁ ସେ ୧୦ ରୁ ୧୫ ହଜାର ଟଙ୍କା ଦରମା ଦେଇ ନିଜ ପାଖରେ ରଖିଥାଏ । ଆମେ କହିରଖୁଛୁ କି ମାଧବ ଭଳି ମଧ୍ୟ ଏମାନଙ୍କ ନାମରେ ଡକାୟତି, ମର୍ଡର ସହ ବଡ ବଡ ଅପରାଧ ମଧ୍ୟ ରହିଛି ।
ଏସଟିଏଫ ମାଧବକୁ ରିମାଣ୍ଡିଙ୍ଗରେ ଆଣିବା ପରେ ମାଧବର ରାଜନେତା, ପୋଲିସ, ସରକରୀ କର୍ମଚାରୀଙ୍କ ସହ ସମ୍ପର୍କ ଅଛିକି ନାଇଁ ତାର ଖୋଳତାଡ କରାଯିବ। ସହ କୋଊଠୁ ଆଣୁଥିଲା ଟଙ୍କା କେମିତି କରୁଥିଲା ବିନଯୋଗ କେମିତି ଗଢିଥିଲା ଟଙ୍କାର ସାମ୍ରାଜ୍ୟ ତା ଉପରେ କରାଯିବ ତଦନ୍ତ ସେହିଭଳି ଭାବେ ତାର ସହୋଯୋଗିମାନଙ୍କୁ ମଧ୍ୟ ଗିରଫ କରାଯିବ