ଘରେ ପ୍ରସ୍ତୁତ କରନ୍ତୁ ‘କାଠି ଚିକେନ’

0

(ପ୍ରିୟଦର୍ଶନୀ ସ୍ୱାଇଁ): ଅଧିକାଂଶ ଲୋକେ କାଠି ଚିକେନ ଖାଇବା ପାଇଁ ବାହାରକୁ ଯାଇଥାନ୍ତି । ଏହା ଦ୍ୱାରା ଛୁଆଙ୍କ ଦେହ ଖରାପ ହୋଇଯାଇଥାଏ । ତେଣୁ ଏହାକୁ ଅତି କମ ସମୟରେ ଘରେ ପ୍ରସ୍ତୁତ କରନ୍ତୁ କାଠି ଚିକେନ ।
ଆବଶ୍ୟକୀୟ ସାମଗ୍ରୀ : ଚିକେନ-୫୦୦ଗ୍ରାମ,ଲଙ୍କାଗୁଣ୍ଡ-୨ଚାମଚ,ହଳଦୀ-୧ଚାମଚ,ଅଦା ରସୁଣ ପେଷ୍ଟ-୫ଚାମଚ,ଦହି-୪ଚାମଚ,ଲେମ୍ବୁ-ଫାଳେ,ଗୋଲମରିଚ ଗୁଣ୍ଡ-୧ଚାମଚ,ସିଲଭର ଜରି-୪ଟି କାଠି-୫ଟି,ତେଲ-ଅଳ୍ପ ।

ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ଚିକେନରେ ଦହି ଓ ଲେମ୍ବୁ ରସ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଚିକେନରେ ତିନି ଚାମଚ ଦହି ଓ ଫାଳେ ଲେମ୍ବୁ ପକାଇବାବେ । ଦହି ଓ ଲେମ୍ବୁ ରସ ପକାଇ ସାରିବା ପରେ ସେଥିରେ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ ଓ ଏହାକୁ ୧୫-୨୦ ମିନିଟ୍ ପର‌୍ୟ୍ୟନ୍ତ ସେମିତି ରଖି ଦିଅନ୍ତୁ। ଏହାପରେ ଚିକେନରେ ଲଙ୍କା ଗୁଣ୍ଡ, ଗରମ ମସଲା, ଅଦାରସୁଣ ପେଷ୍ଟ, ହଳଦି ଗୁଣ୍ଡ ଓ ଗୋଲମରିଚ ଗୁଣ୍ଡ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ସେହି ମିଶ୍ରଣରେ ତେଲ ମଧ୍ୟ ପକାଇ ଭଲ ଗୋଳେଇ ଦିଅନ୍ତୁ। ଏବେ ଚିକେନ୍ ପିସ୍ ଷ୍ଟିକ୍ ଭର୍ତ୍ତି କରନ୍ତୁ। ଗୋଟିଏ ଷ୍ଟିକ୍ରେ ୩ରୁ ୪ ପିସ୍ ଚିକେନ୍ ରଖିବେ। ମନେ ରଖନ୍ତୁ, ଏହି ଷ୍ଟିକ୍ଗୁଡ଼ିକୁ ପୂର୍ବରୁ ପାଣିରେ ଭିଜାଇ ଦେଇଥିବେ। ଫଳରେ ଷ୍ଟିକ୍ଗୁଡ଼ିକ ଶୀଘ୍ର ନିଆଁରେ ଜଳି ଯିବ ନାହିଁ।ସିଲଭର ଜରିରେ ଗୁଡ଼ାଇ ଏହାକୁ ରୁଟି ସେକାରେ ସେକନ୍ତୁ । ଗ୍ୟାସ୍ ସିମ୍ ରଖନ୍ତୁ। ମଝିରେ ମଝିରେ ରୋଲ୍ଗୁଡ଼ିକୁ ଓଲଟାଇ ଦେଉଥିବେ, ଯେପରି ଉଭୟ ପାର୍ଶ୍ୱ ଠିକ୍ ନିଆଁ ପାଇବ। ୧୫ରୁ ୨୦ ମିନିଟ୍ ପରେ ଏହାକୁ ଗ୍ୟାସରୁ  ଓହ୍ଲାଇ ଦିଅନ୍ତୁ।
କିଛି ସମୟ ପରେ ସିଲଭର ଜରିରୁ ଚିକେନ୍ ଷ୍ଟିକ୍ ବାହାର କରି ଦିଅନ୍ତୁ। ଆଉ ଥରେ ଉକ୍ତ ରୁଟି ସେକା ଉପରେ ଏହି ଷ୍ଟିକ୍ଗୁଡ଼ିକୁ ରଖି ଗ୍ୟାସ୍ ଅନ୍ କରନ୍ତୁ। ଫଳରେ ଏହା ନିଆଁ ସଂସ୍ପର୍ଶରେ ଆସି ଭଲ ଭାବେ ପୋଡ଼ି ହୋଇଯିବ। ଉଭୟ ପାର୍ଶ୍ୱ ହାଲକା ବ୍ରାଉନ୍ କଲର ହେବା ପରେ ଏହାକୁ ଆଣି ପ୍ଲେଟରେ ରଖନ୍ତୁ। ଏଥର ମନ ପସନ୍ଦର ସସ୍ କିମ୍ବା ଚଟଣି ସହିତ ଏହାକୁ ଖାଆନ୍ତୁ ଓ ଅନ୍ୟମାନଙ୍କୁ ଖାଇବାକୁ ଦିଅନ୍ତୁ।