କେରଳରେ ୪ଦିନ ମଧ୍ୟତରେ ଚିହ୍ନଟ ହୋଇନି ନିପା ଭାଇରସ ସଂକ୍ରମିତ

0

ବ୍ୟୁରୋ: ନିପା ଭାଇରସରୁ ସାମାନ୍ୟ ଆସ୍ୱସ୍ତି । ଭତ ୪ଦିନ ଭିତରେ କେରଳରେ କୌଣସି ସଂକ୍ରମିତ ଚିହ୍ନଟ ହୋଇନଥିବା ଜଣାପଡିଛି । ଭତ କାଲି ୪୨ଟି ନମୁନା ପରୀକ୍ଷା ହୋଇଥିବା ବେଳେ ସଂକ୍ରମିତ ନିହ୍ନଟ ହୋଇନାହିଁ । ବର୍ତ୍ତମାନ ସୁଦ୍ଧା ମୋଟ ୧ହଜାର୨୩୩ ନିପା ଭାଇରସ ସଂକ୍ରମିତ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୩୫୨ ଜଣ ସଂକ୍ରମିତ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାବେଳେ ୧୨୯ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି ଯେ ଚଳିତ ମାସ ୧୩ ତାରିଖରେ କେତେକ ଅଞ୍ଚଳକୁ ଆବଦ୍ଧ କ୍ଷେତ୍ର ଘୋଷଣା କରାଯାଇଥିବା ବେଳେ ଆଜିଠାରୁ କିଛି ଅଂଚଳରେ ତାହା ମୁକ୍ତ ଘୋଷଣା କରାଯିବ।ସ୍ୱାସ୍ଥ୍ୟମନ୍ତ୍ରୀ ଏକ ବୈଠକରେ ଚିକିତ୍ସକମାନଙ୍କ ସତର୍କତାମୂଳକ ପଦକ୍ଷେପରେ କୌଣସି ଅବହେଳା ନ କରିବାକୁ କହିଛନ୍ତି। ତେବେ ନୂଆ ସଂକ୍ରମଣର କୌଣସି ସୂଚନା ନାହିଁ। ସେ କୋଜିକୋଡେ ଏବଂ ପଡୋଶୀ ଜିଲ୍ଲାର ଡାକ୍ତରୀ ଅଧିକାରୀଙ୍କ ବୈଠକରେ ସ୍ୱାସ୍ଥ୍ୟ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ନିପା ପରିସ୍ଥିତିର ମୁକାବିଲା ପାଇଁ ୬ ହଜାର ସ୍ୱାସ୍ଥ୍ୟ କର୍ମୀଙ୍କୁ ତାଲିମ ଦିଆଯାଇଥିବା କୁହାଯାଉଛି ।